AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଏସିଆ କପ୍‌ରେ ଫେରିବ ଫର୍ମ ! ନୂଆ ବ୍ୟାଟ୍‌ରେ ଖେଳିବେ ବିରାଟ କୋହଲି

24/08/2022 at 9:27 AM

ନୂଆଦିଲ୍ଲୀ ୨୩।୦୮:  ଆଉ ଦିନ କେଇଟା ପରେ ଆରମ୍ଭ ହେବ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତାରେ କୋହଲିଙ୍କୁ ଦେଖିବାକୁ ମିଳିବ ନୂଆ ରୂପରେ । ଖାସ୍‌ କରି ଏଥର ଏସିଆ କପ୍‌ରେ ବିରାଟ କୋହଲି ନୂଆ ବ୍ୟାଟ୍‌ରେ ଖେଳିବେ ।

କୋହଲି ସମ୍ପ୍ରତି ଏମଆରଏଫ୍‌ ସହ ଚୁକ୍ତିବଦ୍ଧ ଅଛନ୍ତି । ତାଙ୍କ ପାଇଁ ଏମଆରଏଫ୍‌ ଏକ ସ୍ୱତନ୍ତ୍ର ଗୋଲ୍ଡ ଏଡିସନ ବ୍ୟାଟ୍‌ ପ୍ରସ୍ତୁତ କରିଛି । ଫଳରେ ତାଙ୍କ ବ୍ୟାଟ୍‌ରେ ସେହି ପାରମ୍ପରିକ ନାଲି ରଙ୍ଗର ଏମ୍‌ଆରଏଫ୍‌ ଷ୍ଟିକର ଲାଗିବାରଦେଖିବାକୁ ମିଳିବ ନାହିଁ । ଏହା ବଦଳରେ କୋହଲିଙ୍କ ନୂଆ ବ୍ୟାଟ୍‌ରେ ସୁନେଲି ରଙ୍ଗର ଏମଆରଏଫ୍‌ ଲେଖା ଷ୍ଟିକର ଲଗାଯାଇଥିବ । ନୂଆ ବ୍ୟାଟ୍‌ କୋହଲିଙ୍କ ଫର୍ମ ଫେରାଇ ଆଣିବ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି ।

ସୂଚନାଯୋଗ୍ୟ ଯେ, ଲଗାତର କିଛି ବର୍ଷ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି ରନ୍‌ ମେସିନ୍‌ ବିରାଟ କୋହଲି । ଏପିରିକି ଗତ ୨୦୧୯ ପରଠାରୁ ତାଙ୍କ ବ୍ୟାଟ୍‌ରୁ ଗୋଟିଏ ବି ହେଲେ ଶତକ ବାହାରିନି । ଯାହାକି କ୍ରୀଡାପ୍ରେମୀଙ୍କ ସର୍ବଦା ନିରାଶ କରୁଛି । ଭାରତୀୟ ବ୍ୟାଟିଂ ଅର୍ଡରର ମେରୁଦଣ୍ଡ ବୋଲାଉଥିବା କୋହଲି ଏବେ ଶତକ ପାଇଁ ସଂଘର୍ଷ କରୁଛନ୍ତି । ତେବେ ଏସବୁ ଭିତରେ ନୂଆ ବ୍ୟାଟ୍‌ କୋହଲିଙ୍କ ଫର୍ମ ଫେରାଇଆଣିବ କି ?  ତାହା ଆଗାମୀ ଦିନରେ ସମୟ ହିଁ କହିବ ।

   Related Posts