ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

କୋହଲିଙ୍କ ‘ବିରାଟ’ ରେକର୍ଡ, ଟି-୨୦ କ୍ରିକେଟ୍‌ରେ ସବୁଠୁ ଅଧିକ ରନ୍‌ କରିବାରେ ପ୍ରଥମ ଭାରତୀୟ

3/10/2022 at 12:08 PM

ମୁମ୍ବାଇ ୦୩।୧୦ : ଫର୍ମକୁ ଫେରିଲେ ରନ୍‌ ମେସିନ୍‌ । ପ୍ରତି ମ୍ୟାଚ୍‌ରେ କିଛି ନା କିଛି ରେକର୍ଡ କରିବାରେ ବ୍ୟସ୍ତ ଏହି ଭାରତର ପୂର୍ବତନ ଅଧିନାୟକ । ଏସିଆ କପ୍‌ ୨୦୨୨ରେ ନିଜ ପୁରୁଣା ଫର୍ମକୁ ଆସିଥିଲେ ବିରାଟ କୋହଲି । ଏହିକ୍ରମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ୨ୟ ଟି-୨୦ ମ୍ୟାଚ୍‌ରେ ବିରାଟ ୨୮ ବଲ୍‌ରେ ବିସ୍ଫୋରକ ୪୯ ରନ୍‌ କରି ଅପରାଜିତ ଥିଲେ । କେବଳ ଏତିକି ନୁହେଁ, ସେ ନିଜ ନାଁର ଆହୁରି ମଧ୍ୟ ବିରାଟ ରେକର୍ଡ କରିଛନ୍ତି ।

ତିନି ବର୍ଷ ଧରି ଶତକରୁ ବଞ୍ଚିତ ଥିବା ଏହି ଷ୍ଟାର ବ୍ୟାଟସମ୍ୟାନ୍‌ ଏବେ ଏସିଆ କପ୍‌ରେ ଏକ ଶାନ୍‌ଦାର ଶତକୀୟ ପାରି ଖେଳିଥିଲେ ।ଏହାପରଠୁ ଆଉ ପଛକୁ ଫେରିନାହାନ୍ତି କିଙ୍ଗ୍‌ କୋହଲି ।  ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ସିରିଜ୍‌ରେ ୨ୟ ଟି-୨୦ ମ୍ୟାଚ୍‌ରେ ବିରାଟ ୭ଟି ଛକା ଓ ଗୋଟିଏ ଛକ୍କା ସହ ୪୯ ରନ୍‌ କରିଥିଲେ । ମାତ୍ର ଗୋଟିଏ ରନ୍‌ ପାଇଁ ନିଜ ଅର୍ଦ୍ଧଶତକରୁ ବଞ୍ଚିତ ରହିଗଲେ ଏହି ବ୍ୟାଟର । କିନ୍ତୁ ସେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍‌ ଭାବେ ଟି-୨୦ କ୍ରିକେଟ୍‌ରେ ୧୧,୦୦୦ ରନ୍‌ରେ ରେକର୍ଡ କରିଛନ୍ତି । ଏପରି କରିବାରେ ବିରାଟ ବିଶ୍ୱ କ୍ରିକେଟ୍‌ର ୪ର୍ଥ ଖେଳାଳି ଅଟନ୍ତି । ବିରାଟ କୋହଲିଙ୍କ ପୂର୍ବରୁ କ୍ରିସ୍‌ ଗେଲ୍‌, କିରନ ପୋଲାର୍ଡ, ଶୋଏବ ମଲ୍ଲିକ ଏହି ରେକର୍ଡ କରିସାରିଛନ୍ତି । ଟି-୨୦ କ୍ରିକେଟ୍‌ରେ କିସ୍‌ ଗ୍ରେଲ୍‌ଙ୍କ ନାଁର ୧୪୫୬୨ ରନ୍‌, କିରନ୍‌ ପୋଲାର୍ଡଙ୍କ ନାଁର ୧୧୯୧୪ ରନ୍‌, ଶୋଏବ ମଲ୍ଲିକଙ୍କ ନାଁର ୧୧୯୦୨ ରନ୍‌ ରହିଛି ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୩ ଓ୍ୱିକେଟ୍‌ ହରାଇ ୨୩୭ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ସବୁଠୁ ବଡ଼ ଯୋଗଦାନ ସୂର୍ଯ୍ୟକୁମାର ଯାଦବଙ୍କର ରହିଛି । ସେ ୨୨ ବଲ୍‌ରେ ୨୭୭.୨୭ର ଷ୍ଟ୍ରାଇକ୍‌ ରେଟ୍‌ରେ ୬୧ରନ୍‌ର ବିସ୍ଫୋରକ ଇନିଂସ କରିଥିଲେ । ସୂର୍ଯ୍ୟଙ୍କ ଏହି ପାରିରେ ୫ ଚୌକା ଓ ୫ଟି ଛକ୍କା ସାମିଲ ରହିଛି । ଏହାବ୍ୟତୀତ ରୋହିତ ଶର୍ମା ୩୭ରନ୍‌ରେ ୪୩ ରନ୍‌, କେଏଲ୍‌ ରାହୁଲ୍‌ ୨୮ ବଲ୍‌ରୁ ୫୭ ରନ୍‌, ବିରାଟ କୋହଲି ୨୮ ବଲ୍‌ରୁ ୪୯ ରନ୍‌, ଦିନେଶ୍‌ କାର୍ତ୍ତିକ ୭ ବଲ୍‌ରେ ୧୭ ରନ୍‌ କରିଥିଲେ ।

   Related Posts