ବିରାଟଙ୍କ ଉପରେ ସମସ୍ତ ନଜର, ଚମତ୍କାର ଫର୍ମରେ ଅଛନ୍ତି କିଙ୍ଗ କୋହଲି

Published By : Prameya-News7 Bureau | November 09, 2022 IST

ଆଡିଲେଡ୍‌ ୦୮।୧୧ : ସେମି ଫାଇନାଲ୍‌ ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆ ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର । ଫର୍ମ ଫେରି ପାଇଥିବା କୋହଲି ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିବା ପରଠୁ ଆଉ ନିରାଶ କରିନାହାନ୍ତି । ପ୍ରତି ମ୍ୟାଚ୍‌ରେ ତାଙ୍କ ବ୍ୟାଟ୍‌ରୁ ଦର୍ଶନୀୟ ସଟ୍‌ମାନ ଦେଖିବାକୁ ମିଳୁଛି ।

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ କୋହଲି ବିଶ୍ରାମକୁ ଭୁଲି ଜୋରଦାର ଅଭ୍ୟାସ ଚଳାଇଛନ୍ତି ।  ନେଟ୍ସରେ ସେ ଅନେକ ଚମତ୍କାର ସଟ୍‌ ସବୁ ଖେଳିଥିଲେ । ବର୍ତ୍ତମାନ ନିଜ ଖେଳକୁ ଉପଭୋଗ କରୁଥିବା କୋହଲି ପରେ ଟ୍ୱିଟ୍‌ କରି ଜଣାଇଥିଲେ। ଆଡିଲେଡ୍‌ରେ କୋହଲିଙ୍କ ପ୍ରଦର୍ଶନ ଉନ୍ନତ ରହିଛି । ସେ ଏଠାରେ ୧୦ଟି ମ୍ୟାଚ୍‌ ଖେଳି ୭୫.୫୮ ହାରରେ ୯୦୭ ରନ୍‌ ସଂଗ୍ରହ କରିସାରିଛନ୍ତି । ଏଥିରେ ୫ଟି ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି । ଇଂଲଣ୍ଡ ବିପକ୍ଷରେ ତାଙ୍କ ବ୍ୟାଟ୍‌ର ଚମକ ଦେଖିବାକୁ ମିଳିବ । କୋହଲିଙ୍କୁ ନେଇ ଇଂଲଣ୍ଡ ଅଲ୍‌ରାଉଣ୍ଡର ମୋଇନ ଅଲି କହିଛନ୍ତି, କୋହଲି ଷ୍ଟାର ବ୍ୟାଟର । ଏସିଆ କପ୍‌ରେ ସେ ଫର୍ମ ଫେରିପାଇଥିଲେ । ଏହା ପରଠୁ ଗୋଟିଏ ପରେ ଗୋଟିଏ ଚମତ୍କାର ଇନିଂସ ଖେଳିଚାଲିଛନ୍ତି । ତାଙ୍କୁ ଅଟକାଇବା ପାଇଁ ଆମକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.