ଶେଷ ହେଲା କି ବିରାଟ-ରୋହିତଙ୍କ ଟି-୨୦ କ୍ୟାରିୟର ? ଓ୍ୱାର୍କଲୋଡ ନା ଭବିଷ୍ୟତ ପ୍ଲାନ୍‌

Published By : Prameya-News7 Bureau | July 06, 2023 IST

ମୁମ୍ବାଇ୦୬।୦୭ : ଶେଷ ହୋଇଯିବ କି ଦୁଇ ପୂର୍ବତନ ଅଧିନାୟକଙ୍କ ଟି-୨୦ କ୍ୟାରିୟର । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଟି-୨୦ କ୍ୟାରିଅର ନେଇ ଏବେ ଉଠିଛି ପ୍ରଶ୍ନବାଚୀ। ଟିମ ଇଣ୍ଡିଆର ନୂଆ ସିଲେକ୍ଟରଙ୍କ ଫଇସଲା ଉପରେ ଉଠିଲା ପ୍ରଶ୍ନ ।

wp:embed {"url":"https://www.prameyanews7.com/teamindias-squad-for-t20i-series-against-the-west-indies-announced/","type":"wp-embed","providerNameSlug":"prameya-news-7"}
https://www.prameyanews7.com/teamindias-squad-for-t20i-series-against-the-west-indies-announced/
/wp:embed

ଖବର ଅନୁଯାୟୀ, ୱେଷ୍ଟଇଣ୍ଡିଜ୍ ସହ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ ରେ ଅଧିନାୟକ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତି ମିଳିଥିବା ବେଳେ ଉପ ଅଧିନାୟକ ରହିବେ ସୂର୍ଯ୍ୟକୁମାର ଯାଦବ । ଟିମରେ ରୋହିତ ଏବଂ ବିରାଟଙ୍କ ସହ ୬ ବରିଷ୍ଠ ଖେଳାଳିଙ୍କୁ ସାମିଲ କରାଯାଇନାହିଁ । ଜୟସୱାଲ , ମୁକେଶ କୁମାର ଏବଂ ତିଲକ ବର୍ମାଙ୍କ ଭଳି ନୂଆ ମୁହଁଙ୍କୁ ଟିମ୍ ରେ ନିଆଯାଇଛି । ସଞ୍ଜୁ ସାମସନଙ୍କୁ ମଧ୍ୟ ଟିମ୍ ରେ ନିଆଯାଇଛି ।

wp:embed {"url":"https://www.prameyanews7.com/changes-in-test-rankings-kane-as-no-1-batsman/","type":"wp-embed","providerNameSlug":"prameya-news-7"}
https://www.prameyanews7.com/changes-in-test-rankings-kane-as-no-1-batsman/
/wp:embed

ତେବେ ୨୦୨୨ ଟି-୨୦ ବିଶ୍ବ କପ୍ ରେ ଶେଷ ଥର ପାଇଁ ରୋହିତ ଏବଂ ବିରାଟ ଖେଳିଥିଲେ । ତେଣୁ ରୋହିତ ଏବଂ ବିରାଟଙ୍କୁ ଟି-୨୦ ଫର୍ମାଟରୁ ବାହାରେ ରଖିବା ଲାଗି BCCI ଯୋଜନା କରିଥିବା କୁହାଯାଉଛି ।

ଅନ୍ୟପଟେ କିଛି ବୋଲରଙ୍କ ଟି-୨୦ କ୍ୟାରିୟର ନେଇ ମଧ୍ୟ ସସ୍‌ପେନ୍ସ ଦେଖାଦେଇଛି । ଯେପରି ମହମ୍ମଦ ସାମି, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ମହମ୍ମଦ ସିରାଜ, ଜୟଜେବ ଉନ୍‌ଦକାତ୍‌। ଏହିସବୁ ବୋଲରଙ୍କୁ ଟି-୨୦ ଛାଡି ବାକି ଅନ୍ୟ ସବୁ ଫର୍ମାଟରେ ଚୟନ କରାଯାଉଛି । ହୁଏତ ଓ୍ୱାର୍କ ଲୋଡ୍‌ କମ୍‌ କରିବାକୁ ବିସିସିଆଇ ଏପରି ଯୋଜନା କରିଥାଇପାରେ ।

wp:embed {"url":"https://www.prameyanews7.com/ab-de-villiers-reaction-on-his-retirment/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ab-de-villiers-reaction-on-his-retirment/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.