ପନ୍ତଙ୍କ ଖରାପ ବ୍ୟାଟିଂକୁ ନେଇ ବଡ ବୟାନ ଦେଲେ କୋହଲି, ତାଙ୍କୁ ଦିଆଯାଇଛି ବହୁତ ସୁଯୋଗ କିନ୍ତୁ…

Published By : Prameya-News7 Bureau | March 02, 2020 IST

ଖ୍ରୀଷ୍ଟଚର୍ଚ୍ଚ, ୦୨|୦୧: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଲଜ୍ଜାଜନକ ଭାବେ ପରାସ୍ତ ହେବା ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଉପରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେ ନେଇଥିବା ନିଷ୍ପତ୍ତି କେତେ ଦୂର ଠିକ ତାକୁ ନେଇ ସମାଲୋଚନା ଆରମ୍ଭ ହୋଇଯାଇଛି। ବିଶ୍ୱର ସର୍ବଶ୍ରେଷ୍ଠ ଓ୍ୱିକେଟ କିପର ମଧ୍ୟରେ ଗଣତି ହେଉଥିବା ରିଦ୍ଧିମାନ ଶାହଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦ୍ୱିତୀୟ ଟେଷ୍ଟରେ ସାମିଲ କରାଯିବା ପ୍ରସଙ୍ଗରେ ଅନେକ ପୂର୍ବତନ ଖେଳାଳି କୋହଲିଙ୍କୁ ଘେରିଛନ୍ତି।

{"id":231638,"sizeSlug":"large"}

ତେବେ ପରାସ୍ତ ହେବା ପରେ ସାମ୍ବାଦିକ ସମ୍ମିଳନୀରେ କୋହଲି ପନ୍ତଙ୍କୁ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଏପରିକି ସେ ପନ୍ତଙ୍କ ସପକ୍ଷରେ ମଧ୍ୟ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି। କୋହଲି କହିଛନ୍ତି ଯେ, ତାଙ୍କୁ ବହୁତ ସୁଯୋଗ ଦିଆଯାଇଛି। ଦଳରେ କେହି ସ୍ଥାନ ପାଇବାକୁ ହାଲୁକା ଭାବେ ଗ୍ରହଣ କରିନଥାନ୍ତି। ଦଳରେ କାହାକୁ ସୁଯୋଗ ଦେବା ପାଇଁ ସଠିକ ସମୟ ରହିଥାଏ। ପନ୍ତ ଗତ କିଛିଦିନ ଧରି ନିଜ ଖେଳ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ତେଣୁ ତାଙ୍କୁ ଏହି ସିରିଜରେ ସୁଯୋଗ ଦିଆଗଲା।

କୋହଲି ଆହୁରି କହିଛନ୍ତି ଯେ, ବ୍ୟାଟସମ୍ୟାନମାନେ ଭଲ ପ୍ରଦର୍ଶନ କରିପାରି ନାହାଁନ୍ତି। ପନ୍ତ ୨ଟି ଟେଷ୍ଟର ୪ଟି ପାଳିରେ ୬୦ ରନ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୨୫ ରନ ରହିଛି। ଯାହାକୁ ସେ ଓ୍ୱିଲିଙ୍ଗଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ପାଳିରେ ହାସଲ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.