ଫଟୋ ସେୟାରକରି ପୂଜାରାଙ୍କୁ ଏପରି ଟ୍ରୋଲ କଲେ ବିରାଟ, ଜବାବରେ କ୍ୟାପ୍ଟେନଙ୍କ ମୁହଁ ବନ୍ଦ
6/05/2020 at 1:34 PM

କରୋନା ଲକଡାଉନ୍ ଯୋଗୁ ଦେଶରେ ପ୍ରାୟ ସବୁ ପ୍ରକାର ଖେଳ ଏବେ ବନ୍ଦ ରହିଛି। ଖେଳାଳିଙ୍କୁ ମଧ୍ୟ ଘରୁ ପଦାକୁ ନ ବାହାରିବା ଲାଗି କଡାକଡି ସତର୍କ କରାଯାଇଛି। ଲକଡାଉନ ସାମାନ୍ୟ କୋହଳ ହୋଇଛି, ହେଲେ ଖେଳାଳିଙ୍କୁ ଅଭ୍ୟାସ ଅନୁମତି ମିଳିନି। ଏଣୁ ଘରେ ରହି ରହି ଖେଳାଳି ଏବେ ବୋର ହେଉଛନ୍ତି। ଯାହାର ପ୍ରଭାବ ହୁଏତ ଟିମ୍ ଇଣ୍ଡିଆ କ୍ୟାପ୍ଟେନଙ୍କ ଉପରେ ପଡିଛି ବୋଲି ଏବେ ଆକଳନ କରାଯାଉଛି। ଟେଷ୍ଟ କ୍ରିକେଟ୍ର ଅନ୍ୟତମ ଦିଗ୍ଗଜ ଖେଳାଳି ଚେତେଶ୍ୱର ପୂଜାରାଙ୍କୁ ବିରାଟ ସୋସିଆଲ ମିଡିଆରେ ଟ୍ରୋଲ କରିବାକୁ ଉଦ୍ୟମ କରି ବେଶ ହଟହଟା ହୋଇଛନ୍ତି।

ସୋସିଆଲ ମିଡିଆରେ ବିରାଟ କରିଥିବା ପୋଷ୍ଟର ପୂଜାର ଏପରି ଜବାବ ଦେଇଛନ୍ତି ଯାହାର କ୍ୟାପ୍ଟେନ ପରବର୍ତ୍ତି ଜବାବ ହିଁ ଦେଇ ନାହାନ୍ତି। ଏହି ପୋଷ୍ଟରେ ବିରାଟ ୨୦୧୭-୧୮ ବର୍ଷରେ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଟୁର ଫଟୋ ସେୟାର କରିଛନ୍ତି। ଏଥିରେ ସେକେଣ୍ଡ ସ୍ଲିପ୍ରେ ଫିଲ୍ଡିଂ କରିବା ବେଳେ ବିରାଟ ଗୋଟିଏ ହାତରେ କ୍ୟାଚ୍ ନେଉଥିବା ଦୃଶ୍ୟକୁ ପୂଜାରା ପାଖରେ ରହି ଦେଖୁଥିବାର ଦେଖାଯାଇଛି। ଫଟୋରେ ବିରାଟ ଲକଡାଉନ୍ ପରେ ହେବାକୁ ଥିବା ସେସନ୍ ଏମିତି ହେବା ଦରକାର ଓ ଏଥର ଏପରି କ୍ୟାଚ୍ ଧରିବା ଲାଗି ପୂଜୀ ଯିବେ ବୋଲି ଲେଖିଥିଲେ। ଯେଉଁଥିରେ ପେସ୍ ବୋଲର ରି ଟ୍ୱିଟ୍ କରି ସେ ଏପରି କରିବେ, ଆଦୌଚାନ୍ସ ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ।
First session after lockdown be like ? @cheteshwar1 I hope you will go for the ball pujji ?? pic.twitter.com/5DAGgpzbbw
— Virat Kohli (@imVkohli) May 5, 2020
ତେବେ ପୂଜାରା ‘ହଁ କ୍ୟାପ୍ଟେନ ମୁଁ ଦୁଇ ହାତରେ ଏହି କ୍ୟାଚ୍ ନେଇ ପାରିବି ବୋଲି’ ରିଟ୍ୱିଟ୍ କରିବା ବିରାଟଙ୍କୁ ଚୁପ୍ କରିଦେଇଛି। ଲକଡାଉନ୍ ଯୋଗୁ ଭାରତରେ ଏବେ କ୍ରିକେଟ୍ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଲକଡାଉନ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଆରମ୍ଭ ହେବାର ଥିଲା। ପ୍ରଥମ ମ୍ୟାଚ୍ ଧର୍ମଶାଳାରେ ଖେଳାଯିବାକୁ ଥିବା ବେଳେ ବର୍ଷା ଯୋଗୁ ଏହା ବାତିଲ ହୋଇଥିଲା। ପରବର୍ତ୍ତି ମ୍ୟାଚ୍ ଗୁଡିକ ବାତିଲ ହୋଇଥିବା ବେଳେ କରୋନା ଯୋଗୁ ଆଇପିଏଲ ମଧ୍ୟ ରଦ୍ଦ ହୋଇଛି।