ବିରାଟ୍‌ଙ୍କ ଧମାକାଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ

Published By : Prameya-News7 Bureau | December 10, 2022 IST

ମୀରପୁର ୧୦।୧୨ : ରନ୍‌ ମେସିନଙ୍କ ଜବରଦସ୍ତ ବ୍ୟାଟିଂ । ଦୀର୍ଘ ଦିନ ପରେ ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ଶତକ । ତୃତୀୟ ଦିନିକିଆରେ ଦ୍ରୁତତମ ଶତକ ହାସଲ କରିଛନ୍ତି । ନିଜ କ୍ୟାରିୟର ୪୪ ତମ ଶତକ ହାସଲ କରିଛନ୍ତି । ଆନ୍ତଜାତିକ କ୍ୟାରିୟରରେ ମୋଟ ୭୨ଟି ଶତକ ହାସଲ କରିଛନ୍ତି ବିରାଟ ।

ତୃତୀୟ ଦିନିକିଆରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଟିମ୍‌ ଜବରଦସ୍ତ ବ୍ୟାଟିଂ କରିଛି । ପ୍ରଥମେ ଇଷାନ୍‌ କିଷାନ୍‌ ଆଉ ଏବେ ବିରାଟ କୋହଲି । ନିଜ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରି ଇଷାନ୍‌ ଆଉଟ୍‌ ହେବା ପରେ ଆରମ୍ଭ ହୋଇଥିଲା ବିରାଟଙ୍କ ବ୍ୟାଟିଂ ଜଲଓ୍ୱା । ଯେତେବେଳେ ଇଷାନ୍‌ ଆଟାକିଂ ବ୍ୟାଟିଂ କରୁଥିଲେ , ସେତେବେଳେ ଧୀରେ ଧୀରେ ରନ୍‌ କରୁଥିଲେ ବିରାଟ । କିନ୍ତୁ ଇଷାନ୍‌ଙ୍କ ଆଉଟ୍‌ ହେବା ପରେ ବିରାଟ କଲେ ଜବରଦସ୍ତ ବ୍ୟାଟିଂ ।

ତେବେ ବିରାଟ ଏହି ଶତକୀୟ ପାରିରେ ୧୧ଟି ଚୌକା ଏବଂ ୨ ଛକା ସାମିଲ ଅଛି । ମୋଟ ୯୧ଟି ବଲ୍‌ ଖେଳି ୧୧୩ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି ବିରାଟ ।

ସୂଚନାଯୋଗ୍ୟ ଯେ, ଦିନିକିଆ କ୍ରିକେଟ୍‌ରେ ବିରାଟ କୋହଲି ୨୬୫ଟି ମ୍ୟାଚ୍‌ ଖେଳି ୧୨୪୭୧ ରନ୍‌ କରିଛନ୍ତି । ଏଥିରେ ୪୪ଟି ଶତକ ଏବଂ ୬୪ଟି ଅର୍ଦ୍ଧଶତକ ରହିଛି । ଦିନିକିଆ କ୍ରିକେଟରେ ଗୋଟିଏ ଇନିଂସରେ ସର୍ବାଧିକ ୧୮୩ ରନ୍‌ କରିବାର ରେକର୍ଡ କୋହଲିଙ୍କ ନାମରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.