ବିରୁଷ୍କା ପୁଅର ନାଁ ରଖିଲେ ‘ଅକାୟ’, ଜାଣନ୍ତୁ ଏହି ନାଁର ଅର୍ଥ କଣ ?

Published By : Prameya-News7 Bureau | February 21, 2024 IST

ନୂଆଦିଲ୍ଲୀ ୨୧।୦୨: ପୁଣି ବାପା ହୋଇଛନ୍ତି  କିଙ୍ଗ କୋହଲି । ଏକ ପୁତ୍ର ସନ୍ତାନର ଜନକ ହୋଇଛନ୍ତି ବିରୁଷ୍କା । ଏ ନେଇ ଇନଷ୍ଟଗ୍ରାମ୍‌ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବିରାଟ କୋହଲି । ଫେବୃଆରୀ ୧୫ ତାରିଖରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଦ୍ବିତୀୟଥର ପିତା-ମାତା ହୋଇଥିଲେ । ତେବେ ଏହାର ୫ ଦିନ ପରେ ସୋଶିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ବିରାଟ କୋହଲି ।

{"id":911774,"sizeSlug":"full","linkDestination":"none"}

ଆଉ ଦମ୍ପତ୍ତି ପୁଅର ନାଁ ରଖିଛନ୍ତି ‘ଅକାୟ’ । ତେବେ ଅକାୟ ନାର ଅର୍ଥ କ’ଣ ? ବିରୁଷ୍କାଙ୍କ ଝିଅ ଭାମିକାଙ୍କ ପରି ପୁଅ ‘ଅକାୟ’ର ନାଁ ମଧ୍ୟ ଖୁବ୍ ସ୍ବତନ୍ତ୍ର । ଅକାୟ ନାଁର ଶାବ୍ଦିକ ଅର୍ଥ ହେଉଛି ଯାହାର ଶରୀର ନାହିଁ, କି ଆକାର ନାହିଁ, ଅର୍ଥାତ୍ ସେ ନିରାକାର । ସଂସ୍କୁତରେ ଏହି ଶବ୍ଧର ଅର୍ଥ  ହେଉଛି 'ଅମର' କିମ୍ବା ଏପରି କିଛି ଯାହାର କ୍ଷୟ ହୁଏ ନାହିଁ । ଏହାବ୍ୟତୀତ ଅକାୟ ଚନ୍ଦମାଙ୍କ ଉଜ୍ଜଳ କିରଣକୁ ମଧ୍ୟ ବୁଝାଏ ।

{"id":911775,"sizeSlug":"full","linkDestination":"none"}

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିଜ ୨ୟ ସନ୍ତାନର ଖବର ସେୟାର କରିଛନ୍ତି । ସେମାନେ କହିଛନ୍ତି ଯେ, “ବହୁତ ଖୁସି ଏବଂ ଆମର ହୃଦୟ ପ୍ରେମରେ ପରିପୂର୍ଣ୍ଣ, ଆମେ ସମସ୍ତଙ୍କୁ ଜଣାଇ ଖୁସି ଯେ, ଗତ ଫେବୃଆରୀ ୧୫ରେ ଆମେ ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛୁ ।

{"id":911776,"width":839,"height":471,"sizeSlug":"full","linkDestination":"none"}

ଭାମିକା ମଧ୍ୟ ତାର ସାନ ଭାଇକୁ ଏ ଧରାପୃଷ୍ଠକୁ ସ୍ବାଗତ କରିଛି’ । ଏହା ପୂର୍ବରୁ ଗତ ୨୦୨୧ ଜାନୁଆରୀ ୧୧ ତାରିଖରେ ଝିଅ ଭାମିକାର ଜନ୍ମ ହୋଇଥିଲା । ଏ ନେଇ ୨୦୨୦ ଅଗଷ୍ଟରେ ପ୍ରଥମ ସନ୍ତାନ ବାବଦରେ ସୂଚନା ଦେଇଥିଲେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ।

You Can Read:

wp:embed {"url":"https://www.prameyanews7.com/virat-kohli-and-anushka-sharma-have-announced-the-birth-of-their-second-child-a-baby-boy-named-akaay/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-and-anushka-sharma-have-announced-the-birth-of-their-second-child-a-baby-boy-named-akaay/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.