ଦିଅର ବାହାଘରରେ ଭାଉଜଙ୍କ ଜବରଦସ୍ତ ଡ୍ୟାନ୍ସ, ତାଜୁବ ହେଲେ ଦେଖଣାହାରୀ

Published By : Prameya-News7 Bureau | August 20, 2021 IST

ନୂଆଦିଲ୍ଲୀ ୨୦/୦୮ : ଭାରତୀୟ ବିବାହରେ ଟିକିଏ ଡ୍ୟାନ୍ସ ନହେଲେ ତାହା ବିବାହ ଭଳି ଲାଗେ ନାହିଁ । ବିଶେଷକରି ବରଯାତ୍ରୀ ଯିବା ସମୟରେ ଡ୍ୟାନ୍ସ କରିବାର ବହୁତ ଗୁରୁତ୍ୱ ରହିଛି । ଏହି ସମୟରେ ସମସ୍ତ ସମ୍ପର୍କୀୟମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରନ୍ତି । ସବୁଠାରୁ ମଜା ତ ସେତେବେଳେ ହୋଇଥାଏ ଯେବେ ଦିଅର-ଭାଉଜ ଯୋଡି ଡ୍ୟାନ୍ସ କରିଥାନ୍ତି । ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଦିଅର-ଭାଉଜଙ୍କ ଡ୍ୟାନ୍ସ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାଉଜ ତାଙ୍କ ଦିଅରଙ୍କ ବରଯାତ୍ରୀରେ ନାଚୁଥିବାର ନଜର ଆସିଛନ୍ତି।

wp:html
/wp:html

ଖୁବ୍ ସୁନ୍ଦର ଲେହେଙ୍ଗା ପିନ୍ଧି, ଘୋଡା ଉପରେ ବସିଥିବା ବର ସାମ୍ନାରେ ଭାଉଜ ନାଚୁଥିବାର ନଜର ଆସିଛନ୍ତି । ବରର ଭାଉଜ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'ହମ ଆପକେ ହେନ କୌନ'ର' ଲୋ ଚଲି ମେଁ ଅପନା ଦେୱର କି ବାରାତ୍ ଲେକେ'ରେ ନାଚୁଛନ୍ତି।

ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ଲୋକ ଖୁବ୍ ପସନ୍ଦ କରୁଛନ୍ତି । ଏହି ଡ୍ୟାନ୍ସ ଭିଡିଓକୁ ପ୍ରାୟ ୧୧ ହଜାର ଲୋକ ଲାଇକ୍ କରିଛନ୍ତି ଏବଂ କମେଣ୍ଟ ସେକ୍ସନରେ ଲୋକମାନେ ଭାଉଜଙ୍କ ଜବରଦସ୍ତ ଡ୍ୟାନ୍ସକୁ ପ୍ରଶଂସା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.