ମାତାଲ ଯୁବତୀ କରିଦେଲେ ଟ୍ରାଫିକ୍ ଜାମ୍, ମଝି ରାସ୍ତାରେ ସେନା ଅଫିସରଙ୍କ ଗାଡିକୁ ଅଟକାଇ ମାରିଲେ ନନ୍ଷ୍ଟପ୍ ଗୋଇଠା, ଯବାନଙ୍କୁ ଦେଲେ ଗାଳି
10/09/2021 at 12:52 PM

ମଧ୍ୟପ୍ରଦେଶ ୧୦/୦୯ : ମଧ୍ୟପ୍ରଦେଶର ଗ୍ୱାଲିଅରରେ ନିଶାରେ ଚୁର୍ ଜଣେ ଝିଅ ରାସ୍ତାରେ ଉପରେ ଖୁବ୍ ହଙ୍ଗାମା କରିଛନ୍ତି। ନିଶାସକ୍ତ ଅବସ୍ଥାରେ ଖୁବ୍ ଜୋରରେ ଚିଲାଉଥିବା ଝିଅଟି ଏକ ସେନା ଜିପକୁ ଅଟକାଇ ତାକୁ ଗୋଇଠା ମାରିଛନ୍ତି। କେବଳ ଏତିକି ନୁହେଁ ତାଙ୍କୁ ଅଟକାଇବାକୁ ଆସିଥିବା ସୈନିକଙ୍କୁ ମଧ୍ୟ ଠେଲି ଦେଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Another video of a Girl (who was reportedly drunk) going berserk in Gwalior. Shes actually kicking Army vehicle & misbehaving with Army Officer ?♀️?♀️ pic.twitter.com/oiwmgQutWr
— Rosy (@rose_k01) September 9, 2021
ସୂଚନା ଅନୁଯାୟୀ, ଘଟଣାଟି ସେପ୍ଟେମ୍ବର ୮ ଅଟେ। ଭିଡିଓରେ ଦେଖାଯାଇଛି ଯେ ଝିଅ ଜଣଙ୍କ ରାସ୍ତା ମଝିରେ ହଙ୍ଗମା କରୁଛନ୍ତି । ରାସ୍ତାରେ ମଧ୍ୟ ଭିଡ଼ ଜମିଛି। ସେ ଏକ ସେନା ଜିପ୍ ସାମ୍ନାରେ ଛିଡା ହୋଇ ତାହାକୁ ଜୋରରେ ଗୋଇଠା ମାରୁଛନ୍ତି । ଯେତେବେଳେ ସୈନିକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଛନ୍ତି, ସେ ମଧ୍ୟ ତାଙ୍କୁ ଠେଲିଦେଇଛନ୍ତି। ଏହି ସମୟରେ ସେଠାରେ ଥିବା ଲୋକମାନେ କ୍ୟାମେରାରେ ଏହି ଘଟଣାକୁ କଏଦ କରିଛନ୍ତି ।
ପୋଲିସ କହିଛି, ଏହି ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପୋଲିସ ଏହା ମଧ୍ୟ କହିଛି ଯେ ଏହି ପ୍ରସଙ୍ଗରେ ସେନା ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନାହିଁ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଦେଖି ଲୋକମାନେ ଏହାକୁ ଲକ୍ଷ୍ନୌ ଝିଅ ସହିତ ତୁଳନା କରୁଛନ୍ତି ଯିଏକି ଜଣେ କ୍ୟାବ୍ ଡ୍ରାଇଭରକୁ ମାଡ ମାରିଥିଲେ ।