ସୋସିଆଲ ମିଡିଆରେ ଟ୍ରମ୍ପ୍ ଏବେ "ବାହୁବଳୀ" ! ଦେଖନ୍ତୁ ଭାଇରାଲ୍ ଭିଡିଓ...

Published By : Prameya-News7 Bureau | February 23, 2020 IST

ନୂଆଦିଲ୍ଲୀ ୨୩।୦୧:ଆସନ୍ତାକାଲି ଭାରତ ଗସ୍ତରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି। ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଗୁଜୁରାଟରେ ମୋଟେରା ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ସୋସିଆଲ ମିଡିଆରେ ବିଭିନ୍ନ ଖବରକୁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ବର୍ତ୍ତମାନ ଟ୍ରମ୍ପ ବାହୁବଳୀ ଅବତାରରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି ।

wp:core-embed/twitter {"url":"https://twitter.com/realDonaldTrump/status/1231345462793441280","type":"rich","providerNameSlug":"twitter","className":""}
https://twitter.com/realDonaldTrump/status/1231345462793441280
/wp:core-embed/twitter

 ବାହୁବଳୀ ଅବତାରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତାକାଲି ପ୍ରଥମ ଥର ଭାରତ ଗସ୍ତରେ ଆସୁଛନ୍ତି ଟ୍ରମ୍ପ । ଏହା ପୂର୍ବରୁ ଟୁଇଟରରେ ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଟ୍ରମ୍ପ ବାହୁବଳୀ ରୂପରେ ଦେଖିବାକୁ ମିଳିଛି । ଏହି ଆନିମେଟେଡ ଭିଡିଓରେ ଭାରତ ଓ ଆମେରିକାର ବନ୍ଧୁତା ଦେଖାଯାଇଛି । ବାହୁବଳୀ ଫିଲ୍ମର ଏକ ଫୁଟେଜକୁ ଏଡିଟ କରାଯାଇଛି । ଏଥିରେ ଟ୍ରମ୍ପଙ୍କୁ ବାହୁବଳୀ ରୂପରେ ଦେଖାଯାଇଛି । ଟ୍ରମ୍ପଙ୍କ ପତ୍ନୀ ମିଲେନିଆଙ୍କୁ ମଧ୍ୟ ରଥରେ ବସିଥିବା ଦେଖାଯାଇଛି ।

{"id":227973,"sizeSlug":"large"}

ଟ୍ରମ୍ପ ନିଜର ଝିଅ ଇଭାଙ୍କା ଓ ତାଙ୍କ ପତି ଜେରେଡଙ୍କୁ କାନ୍ଧରେ ବସାଇଛନ୍ତି । ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବି ଦେଖାଯାଇଛି । ଏଥି ସହିତଭିଡିଓରେ ବାହୁବଳୀର ଲୋକପ୍ରିୟ ଗୀତ ଅଛି । ସବୁଠାରୁ ବଡ଼ କଥା ହେଲା ଯେ, ଟ୍ରମ୍ପ ଏହି ଟୁଇଟକୁ ରିଟୁଇଟ କରିଛନ୍ତି । ସେ କହିଛନ୍ତି, ଭାରତରେ ନିଜର ବନ୍ଧୁତାକୁ ନେଇ ଉତ୍ସାହିତ ଅଛି । ସିଲମେମ୍ସ୧  ନାମକ ଏକ ଟୁଇଟର ହ୍ୟାଣ୍ଡେଲରୁ  ୧ ମିନିଟ ୨୧ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରାଯାଇଛି ।ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.