‘ମୋ କବର ପାଖରେ ପଢିବନି କୁରାନ, ପାଳନ କରିବ ଉତ୍ସବ’, ଫାଶୀରେ ଝୁଲିବା ପୂର୍ବରୁ ଯୁବକର ଶେଷ ଇଚ୍ଛା, ଭିଡିଓ ଭାଇରାଲ

Published By : Prameya-News7 Bureau | December 16, 2022 IST

ନୂଆଦିଲ୍ଲୀ: ଇରାନରେ ୨୩ ବର୍ଷୀୟ ଜଣେ ଯୁବକ ଫାଶୀ ଦିଆଯିବା ପୂର୍ବରୁ ଦେଇଥିବା ଭାଷଣ ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି । ନିଜ କବର ନିକଟରେ କୁରାନ ନ ପଢିବା ପାଇଁ ଯୁବକ ଜଣଙ୍କ ନିବେଦନ କରିଛି । ଯୁବକ ଜଣଙ୍କ କହିଥିଲେ ଯେ ତାଙ୍କ ମୃତ୍ୟୁରେ କେହି ମଧ୍ୟ ଶୋକ ପ୍ରକାଶ କରିବେ ନାହିଁ । ଯୁବକକୁ ଇରାନ ପୋଲିସ ସରକାର ବିରୋଧୀ ପ୍ରଦର୍ଶନରେ ସାମିଲ ହେବା ଅଭିଯୋଗରେ ଗିରଫ କରିଥିଲା । କିଛି ଦିନର କୋର୍ଟ ଶୁଣାଣି ପରେ ଇରାନ କୋର୍ଟ ଏକପାଖିଆ ରାୟ ଶୁଣାଇ ଯୁବକକୁ ଫାଶୀ ଦଣ୍ଡ ଦେଇଥିଲେ । କୋର୍ଟଙ୍କ ରାୟ ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ଇରାନ ସରକାର ଏହି ଯୁବକକୁ ମଶହଦ ସହର ମଝିରେ ଫାଶୀରେ ଝୁଲାଇ ଦେଇଥିଲେ । ଇରାନରେ ଗତ ଏକ ସପ୍ତାହରେ ଅତି କମରେ ୧୦ ଜଣଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି ।

ଭାଇରାଲ ହେଉଥିବା ଭିଡିଓରେ ରହନବରଦ ନିଜ ଶେଷ ଇଚ୍ଛା ଜଣାଉଥିବା ଦେଖିବାକୁ ମିଳୁଛି । ଆଖି ଉପରେ କଳା ପଟି ବନ୍ଧା ହୋଇଛି ଏବଂ ଅନ୍ୟ ଦୁଇ ଜଣ ମୁହଁ ଢଙ୍କା ହୋଇଥିବା ଡାର୍ଗଙ୍କ ଉପସ୍ଥିତିରେ ରହନବରଦଙ୍କୁ କ୍ୟାମେରା ସାମନାରେ ନିଜ ଇଚ୍ଛ ରଖୁଥିବାର ଦେଖିବାକୁ ମିଳୁଛି । ଯୁବକ ଜଣଙ୍କ କହୁଛନ୍ତି, 'ମୋ କବର ନିକଟରେ କେହି ଶୋକ ପାଳନ କରିବ ତାହା ମୁଁ ଚାହୁଁ ନାହିଁ । ମୁଁ ଚାହୁଁନି କେହି କୁରାନ ପଢୁ କି ପ୍ରାର୍ଥନା କରୁ । କେବଳ ଉତ୍ସବ ଏବଂ ସଙ୍ଗୀତର ଉତ୍ସବ ପାଳନ କରାଯାଉ'। ତେବେ ଏହି ଭିଡିଓର ସତ୍ୟତା ଉପରେ ଆନୁଷ୍ଠାନିକ ଭାବେ କିଛି ସ୍ପଷ୍ଟ କରାଯାଇ ପାରୁ ନାହିଁ ।

wp:html /wp:html

ଇରାନ ନ୍ୟାୟପାଳିକ ସହ ଜଡିତ ମିଜାନ ଅନଲାଇନ ନ୍ୟୁଜ୍ ଏଜେନ୍ସି କହିଛି ଯେ ରହନବରଦକୁ ଦୁଇ ସୁରକ୍ଷାକର୍ମୀଙ୍କ ହତ୍ୟା ଏବଂ ଅନ୍ୟ ଚାରି ଜଣଙ୍କୁ ଆହତ କରିବା ମାମଲାରେ କୋର୍ଟ ମୃତ୍ୟୁ ଦଣ୍ଡ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.