suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଶବ ବ୍ୟବଛେଦ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଉଛନ୍ତି ଡାକ୍ତର, ଭିଡିଓ ଭାଇରାଲ

18/03/2023 at 2:21 PM

ତେଲକୋଇ ୧୮।୦୩ : ଶବ ବ୍ୟବଛେଦ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଉଛନ୍ତି ଡାକ୍ତର । ଏମିତି ଏକ ଦୃଶ୍ୟ କଏଦ ହୋଇଛି ମୋବାଇଲ୍ କ୍ୟାମେରାରେ । ଷ୍ଟିଙ୍ଗ ଅପରେସନରେ ଧରାପଡିଛି ଡାକ୍ତର ଲାଞ୍ଚ ନେଉଥିବା ଭିଜୁଆଲ୍ ସହ ଏନେଇ କଥାବାର୍ତ୍ତାର ଅଡିଓ । କେନ୍ଦୁଝର ଜିଲ୍ଲାର ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଘଟଣା ।

ଖବର ଅନୁଯାୟୀ, ଡାକ୍ତର ଗଣପତି ପ୍ରଧାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । କେବଳ ଅଭିଯୋଗ ନୁହେଁ, ମୋବାଇଲ୍ କ୍ୟାମେରାରେ ଧରା ପଡିଛି ପୂରା ଘଟଣା । ଶବ ବ୍ୟବଛେଦ ରିପୋର୍ଟ ଦେବା ପାଇଁ ଡାକ୍ତର ଡିମାଣ୍ଡ କରୁଛନ୍ତି ୫ହଜାର ଟଙ୍କା। ଗତ ଫେବୃୟାରୀ ୫ ତାରିଖରେ ତେଲକୋଇ ଥାନା କରଦାଙ୍ଗି ଗାଁ ଖଜୁରିଆ ସାହିର କଳାବତୀ ବେହେରା ଘୁରୁଡିଆ ନାଳରେ ବୁଡି ପ୍ରାଣ ହରାଇ ଥିଲେ। ତାଙ୍କର ତେଲକୋଇ ମେଡିକାଲରେ ଶବ ବ୍ୟବଛେଦ କରାଯାଇଥିଲା ।

ତେବେ ଡାକ୍ତର ଗଣପତି ପ୍ରଧାନ ରିପୋର୍ଟ ଦେବା ପାଇଁ ପରିବାର ଲୋକଙ୍କୁ ବାରମ୍ବାର ମେଡିକାଲକୁ ଦୌଡାଇଥିଲେ । ପ୍ରଥମେ ୩ ହଜାର ଓ ପରେ ୨ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଏସବୁର ଭିଜୁଆଲ୍ ଏବଂ କଥାବାର୍ତ୍ତା କାଳେ ମୋବାଇଲ୍ ରେ ରେକର୍ଡ ହୋଇଯିବ ସେନେଇ ଡାକ୍ତରଙ୍କ ଭୟ ମଧ୍ୟ ଧରା ପଡିଛି । ଧରା ପଡିଗଲେଚାକିରୀ ଯିବାର ଭୟ ରହିଥିବା ମଧ୍ୟ କହୁଛନ୍ତି ଡାକ୍ତର । ସେଥିପାଇଁ ରେକର୍ଡ କରୁଥିବା ବ୍ୟକ୍ତିଙ୍କୁ ବାହାରେ ରଖି ସେ ଘର ଭିତରକୁ ପଶୁଛନ୍ତି । ରୁମ୍ ବାହାରକୁ ଆସି ପୁଣି କହୁଛନ୍ତି, ଆଜି ନିଶ୍ଚୟ କରିଦେବି । ପୋଷ୍ଟମର୍ଟମ ରିପୋର୍ଟ ପାଇଁ ଲାଞ୍ଚ ନେଉଥିବା ଡାକ୍ତରଙ୍କ ଉପରେ କେବେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଆକ୍ସନ ନେବ ତାକୁ ଅପେକ୍ଷା ।

   Related Posts