ରକ୍ତ ଭଣ୍ଡାର ଗାଡି ନେଇ ଚାଲିଛି ଭୋଜି ! ଭିଡିଓ ଭାଇରାଲ…
26/12/2022 at 11:41 AM

ବଲାଙ୍ଗୀର ୨୬।୧୨: ରକ୍ତ ଭଣ୍ଡାର ଗାଡି ନେଇ ଚାଲିଛି ଭୋଜି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ ।ରକ୍ତଭଣ୍ଡାରର କର୍ମଚାରୀମାନେ ଏକାଠି ବସି ରୋଷେଇ କରି ଖାଉଥିବାର ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭ୍ରାମ୍ୟମାଣ ରକ୍ତ ଭଣ୍ଡା ଗାଡି ଅଣାଯାଇଥିଲା । ସୁବିଧାରେ ବିଭିନ୍ନ ସ୍ଥାନରୁ ରକ୍ତ ସଂଗ୍ରହ କରାଯିବ ଯୋଜନାରେ ଆସିଥିଲା । କିଛି ଦିନ ପଡି ଗାଡି ରହିଥିବା ପରେ ପୁଣି ଆରମ୍ଭ ହୋଇଥିଲା ରକ୍ତ ସଂଗ୍ରହ । କିନ୍ତୁ ସେହି ଗାଡିକୁ ନେଇ ବଣଭୋଜି କରାଯାଇଥିବା ଅଭିଯୋଗ ଆସିଛି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ରକ୍ତଭଣ୍ଡାର କର୍ମଚାରୀମାନେ ରୋଷେଇ କରି ଏକାଠି ବସି ଖାଉଥିବା ଦେଖିବାକୁ ମିଳିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023