ବିପଦରେ ଏବେ ପ୍ରେମୀଯୁଗଳଙ୍କ ଜୀବନ : ଭିଡିଓ ଜାରି କରି ସୁରକ୍ଷା ମାଗିଲେ ଯୁବତୀ

Published By : Prameya-News7 Bureau | June 05, 2022 IST

କଟକ/ନିଆଳି ୦୫।୦୬:  ନିଆଳି ବରମୁଣ୍ଡାଇ ଗାଁରେ ପ୍ରେମ ବିବାହକୁ କେନ୍ଦ୍ର କରି ପୁଅର ବାପାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଝିଅ ଘର ଲୋକେ । ଝିଅ ଭିଡିଓ କରି ଉଭୟଙ୍କୁ ଉଦ୍ଧାର ପାଇଁ ଅପିଲ କରୁଥିବା ଭିଡିଓ ଏବେ ଭାଇରାଲ ହୋଇଛି । ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରି ଝିଅଘର ଲୋକଙ୍କ କବଳରୁ ଉଭୟ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବାକୁ ଅପିଲ କରିଛନ୍ତି ସଂପୃକ୍ତ ଯୁବତୀ । ତେବେ କ’ଣ ରହିଛି ପୂରା ଘଟଣା ସେ ବାବଦରେ ପୋଲିସ ଛାନଭିନ କରିବାର ଆବଶ୍ୟକତା ରହିଛି ।

ଖବର ଅନୁଯାୟୀ, ମୁଣ୍ଡେଇ ଗାଁର ଜଣେ ଝିଅ ସେହି ଗାଁର ଜଣେ ଯୁବକଙ୍କୁ ୧୦ ବର୍ଷ ହେବ ପ୍ରେମ କରୁଥିଲେ । କିନ୍ତୁ ଘର ଲୋକ ଝିଅର ବିବାହ ଅନ୍ୟତ୍ର ଠିକ କରିବାରୁ  ଉଭୟ ଘର ଛାଡି ମନ୍ଦିର ଓ କୋର୍ଟରେ ବିବାହ କରିଛନ୍ତି । ଘଟଣାରେ ଝିଅ ଘର ପକ୍ଷରୁ ନିଆଳି ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଥାନା ଭିତରେ ଆଇନକୁ ହାତକୁ ନେଇଛନ୍ତି ଝିଅ ଘର ଲୋକେ। ଥାନାରୁ ପୁଅ ବାପାକୁ ନେଇ ଯାଇ ଗାଁର ଏକ ବାରଣ୍ଡା ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଥିବାର ଅଭିଯୋଗ ହୋଇଛି । ଯଦି ଶ୍ୱଶୁର ଘର ଲୋକ ଓ ତାଙ୍କୁ ସୁରକ୍ଷା ନମିଳିଲେ ସମସ୍ତେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଯୁବତୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.