ଜମିବାଡ଼ି ବିବାଦକୁ ନେଇ ପୁରା ପରିବାରକୁ ଆକ୍ରମଣ : ବିଚ୍ ରାସ୍ତାରେ ମହିଳାଙ୍କୁ ପିଟିଲେ, ଭିଡିଓ ଭାଇରାଲ…

Published By : Prameya-News7 Bureau | December 01, 2020 IST

ଡେଲାଙ୍ଗ ୦୧।୧୨: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓରେ ଜଣେ ମହିଳା ଓ ତାଙ୍କ ପରିବାର ଲୋକଙ୍କୁ ରାସ୍ତାରେ ପିଟୁଥିବାର ଦେଖିବାକ ମିଳିଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ।  

wp:html /wp:html

ଖବର ଅନୁଯାୟୀ, ଡେଲାଙ୍ଗ ବ୍ଲକ ହରିରାଜପୁର ଫାଣ୍ଡି  ଅଞ୍ଚଳରେ କାଳନ୍ଦୀ ପ୍ରଧାନଙ୍କ ଆଉ ତାଙ୍କ ପଡୋଶୀଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା । ତେବେ ହଠାତ୍‌ ରବିବାର/ ସୋମବାର  ଦିନ କାଳନ୍ଦୀଙ୍କୁ ପଡୋଶୀର ୧୩ଜଣ ମିଶି ସଂଗବଦ୍ଧ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ କାଳନ୍ଦୀ ପ୍ରଧାନ , ତାଙ୍କ ସ୍ତ୍ରୀ କବିତା ପ୍ରଧାନ, ପୁଅ, ଝିଅ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ସମସ୍ତ ଆହତଙ୍କର ଚିକିତ୍ସା ଜାରି ରହିଛି । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । ସେହିପରି ଆହତମାନଙ୍କ ମେଡିକାଲରେ ଭେଟିଛନ୍ତି ପୋଲିସ ଅଧିକାରୀ । ଘଟଣାରେ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡେଲାଙ୍ଗ ଥାନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.