ଭାଇରାଲ୍ ଭିଡିଓ : ରାସ୍ତାରେ ବୋହୂକୁ ଚୁଟି ଘୋଷାରି ମାଡ ମାରୁଛି ଶ୍ବଶୁର, ଥାନାରେ ଅଭିଯୋଗ

Published By : Prameya-News7 Bureau | November 02, 2020 IST

ଭଦ୍ରକ ୨।୧୧: ବୋହୂକୁ ରାସ୍ତାରେ ଘୋଷାରି ଘୋଷାରି ମାଡ । ଚୁଟିକୁ ଧରି ନିସ୍ତୁର ମାଡ ମାରି ଚାଲିଛନ୍ତି ଶ୍ବଶୁର । ଗାଁ ଦାଣ୍ଡ ରାସ୍ତାରେ ପଡି ଛଟପଟ ହେଉଛନ୍ତି ବୋହୂ । ପାଖରେ ଥିବା କୁନି ଛୁଆଟେ କାନ୍ଦ ବୋବାଳି ପକାଉଛି । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଘଟଣାଟି ଭଦ୍ରକ ଜିଲ୍ଲା କେନ୍ଦୁଆପଦା ନିକଟସ୍ଥ ପଲହାସାହି ଅଞ୍ଚଳର ବୋଲି କୁହାଯାଉଛି ।

ସୂଚନା ଅନୁସାରେ ପୁଅ ବାହାରେ ରହୁଥିବାରୁ କୌଣସି କାରଣକୁ ନେଇ ପରିବାର ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଗାଁ ରାସ୍ତାରେ ବୋହୂଙ୍କ ଚୁଟିକୁ ଧରି ନିସ୍ତୁକ ମାଡ ମରାଯାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ମାଡ ମାରୁଥିବା ବ୍ୟକ୍ତି ଜଣଙ୍କ ମହିଳାଙ୍କ ଶ୍ବଶୁର ବୋଲି ଜଣାପଡିଛି । ମହିଳା ଜଣଙ୍କ ଚିତ୍କାର କରୁଥିବା ବେଳେ କିଛି ଲୋକ ତାଙ୍କୁ ଉଦ୍ଧାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ସପୃକ୍ତ ମହିଳା ଜଣଙ୍କ କେନ୍ଦୁଆପଦା ଥାନାରେ ଶ୍ବଶୁରଙ୍କ ନାମରେ ଲିଖିତ ଏତଲା ଦେଇଛନ୍ତି । ତେବେ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.