ରିଅଲ ଲାଇଫ୍ ହିରୋ: ଦେବଦୂତ ସାଜି ବଞ୍ଚାଇଦେଲେ ଚାଷୀଙ୍କ ଜୀବନ, ପୋଲିସ ଅଧିକାରୀଙ୍କ ଉଦ୍ୟମକୁ ସବୁଠି ପ୍ରଶଂସା

Published By : Prameya-News7 Bureau | October 22, 2022 IST

ନୂଆଦିଲ୍ଳୀ ୨୨/୧୦: ପୋଲିସ୍‌କୁ ଜନତାଙ୍କ ରକ୍ଷକ ବୋଲି କୁହାଯାଏ। ଆଉ ଏକଥାକୁ ପ୍ରମାଣ କରିଦେଖାଇଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ପୋଲିସକର୍ମୀ। ଏଠାରେ ଜଣେ ପୋଲିସ୍‌କର୍ମୀ, ଚାଷୀ ଆନ୍ଦୋଳନ ସମୟରେ ହାର୍ଟ ଆଟାକ୍‌ର ଶିକାର ହୋଇଥିବା ଚାଷୀଙ୍କ ଜୀବନ ବଞ୍ଚାଇଦେଉଛନ୍ତି। ଗେମନ୍‌ ବ୍ରିଜ୍‌ ନିକଟରେ ଅମରାବତୀ କୃଷକଙ୍କ ଦ୍ବାରା ଆୟୋଜିତ ମହା ପଦଯାତ୍ରା ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି।

wp:html /wp:html

ଆଇପିଏସ ଦିପାଂଶୁ କାବ୍ରା ଏହାର ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି। ପୋଷ୍ଟରେ ଲେଖଯାଇଛି ଯେ ଆନ୍ଧ୍ରପ୍ରଦେଶରେ ଏକ ଆନ୍ଦୋଳନ ସମୟରେ ଜଣେ ଚାଷୀଙ୍କୁ ହଠାତ୍ ହାର୍ଟ ଆଟାକ୍ ହୋଇଥିଲା। ଆଉ ଏହାକୁ ଦେଖି ସେଠାରେ ଥିବା ଜଣେ ସର୍କଲ ଇନସ୍ପପେକ୍ଟର ରାହେମନ୍ଦ୍ରବର୍ମା ତତକ୍ଷଣାତ୍ ତାଙ୍କ ଜୀବନ ବଞ୍ଚାଇବାକୁ ସିପିଆର ଦେଇଥିଲେ। ଆଉ ଚାଷୀ ଜଣକ ଏଥିରେ ଠିକ୍ ହୋଇଥିଲେ ଏବଂ ତାଙ୍କର ଚେତା ଫେରିଥିଲା।

ଭିଡିଓରେ ମଧ୍ୟ ଦେଖାଯାଉଛି ଯେ, ପୋଲିସ୍ ଅଧିକାରୀ ଜଣକ ଚାଷୀଙ୍କୁ ସିପିଆର ଦେଉଛନ୍ତି। ଫଳରେ ତାଙ୍କୁ ଚେତା ଆସୁଛି। ଏହି ସମୟରେ ଥିବା ଲୋକମାନେ ବିଞ୍ଚିବାର ଦେଖାଯାଉଛନ୍ତି। ତେବେ ସିପିଆର ପରେ ଚାଷୀଙ୍କ ହୋସ୍‌ ଫରିଥିଲା ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସପଟେ ପୋଲିସଙ୍କ ଏହି ପ୍ରୟାସ ଯୋଗୁଁ ଚାଷୀଙ୍କ ଜୀବନ ବଞ୍ଚିଯାଇଥିବାରୁ ଏବେ ତାଙ୍କୁ ସୋସିଆଲ ମିଡିଆରେ ତାଙ୍କ ଭୂୟସୀ ପ୍ରଶଂସା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.