ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଦିଲ୍ଲୀ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଗଲା ଏୟାର ଇଣ୍ଡିଆ ବିମାନ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

4/10/2021 at 9:46 AM

ନୂଆଦିଲ୍ଲୀ ୦୪/୧୦: ସୋସିଆଲ ମିଡିଆ ଭାଇରାଲ ହେଉଛି ଭିଡିଓ । ଭିଡିଓରେ ଦେଖିବାକୁ ମିଳିଛି ଓଭରବ୍ରିଜ ତଳେ ଫସିରହିଛି ଏୟାର ଇଣ୍ଡିଆର ବିମାନ । ରବିବାର ଭିଡିଓ ଏବେ ଭାଇରାଲେ ହେବାରେ ଲାଗିଛି ।

ଦିଲ୍ଲୀ ବିମାନବନ୍ଦର ବାହାରେ ଦିଲ୍ଲୀ-ଗୁରୁଗ୍ରାମ ହାଇୱେରେ ଏକ ଫୁଟ ଓଭରବ୍ରିଜ ତଳେ ଏୟାର ଇଣ୍ଡିଆର ଏକ ବିମାନ ଫସିଯାଇଛି । ଏହାର ଫଟୋ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । ବିମାନ କେମିତି ଫସିଗଲା ବୋଲି ଏମିତି ମଧ୍ୟ ଚର୍ଚ୍ଚା ହେଉଛି । ମାତ୍ର ଏୟାରଲାଇନ ସ୍ପଷ୍ଟ କରିଛି ଯେ, କୌଣସି ବିମାନ ଦୁର୍ଘଟଣା ହୋଇନାହିଁ । ବରଂ ଏକ ପୁରୁଣା ଓ ଖରାପ ହୋଇସାରିଥିବା ବିମାନକୁ ବିକ୍ରି କରାଯାଇଥିଲା ।

ଟ୍ରକ ଯୋଗେ ବିମାନର ମାଲିକ ଏକାୁ ନେଇ ଯିବାବେଳେ ବ୍ରିଜ ତଳେ ଫସିଯାଇଥିଲା । ଜାତୀୟ ଗଣମାଧ୍ୟମରେ ଫଟୋ ଭାଇରାଲ ହେବା ପରେ ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ, ଏହା ଏକ ପୁରୁଣା, ଖରାପ ହୋଇସାରିଥିବା ବିମାନ । ଏହାକୁ ବହୁ ଦିନ ପୂର୍ବରୁ ବିକ୍ରି କରାଯାଇଥିଲା । ଏଥିରେ ଆଉ ଅଧିକ ସୂଚନା ନାହିଁ । କାରଣ ଏହାକୁ ଯିଏ କିଣିଥିଲେ, ସେ ନେଇକି ଯାଉଥିଲେ ।

   Related Posts