Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଭିଡିଓ ଭାଇରାଲ୍‌ – ଛୋଟ ଛୋଟ ପିଲା ମଧ୍ୟାହ୍ନ ଭୋଜନ ପାଇଁ ଧାରୁଆ ପନିକିରେ କାଟୁଛନ୍ତି ପରିବା, କଟିଯାଇଛି ଆଙ୍ଗୁଠି

25/11/2019 at 4:34 PM

ବାଲେଶ୍ୱର  ୨୫।୧୧-   ଏବେ ବାଲେଶ୍ୱରରେ ଏକ ଭିଜୁଆଲ୍‌ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି  । ମୋବାଇଲ୍‌ରୁ ମୋବାଇର୍‌ ଏହି ଦୃଶ୍ୟଟି  ଘୁରି ବୁଲୁଛି  । ସରକାର ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରିଥିବା ବେଳେ ଏବେ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ଛାତ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ପରିବା କାଟୁଥିବାର  ଭିଜୁଆଲ୍‌ ଭାଇରାଲ୍‌ ହୋଇଛି ।

୧୮୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୨ ଜଣ କୁନି ଝିଅ ଆଳୁ କାଟୁଥିବାର ଭିଜୁଆଲ୍‌ ଭାଇରାଲ୍‌ ହୋଇଛି । ଏହା ପୁଣ ଏକ ପନିକିରେ ।

ଏହି ଘଟାଟି ସୁନ୍ଦରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣା ପଡିଛି । ଏଠାରେ  ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୮୦ ଜଣ ପିଲା  ପାଠ ପଢୁଛନ୍ତି  । ବାଲେଶ୍ବର ସହରଠୁ ମାତ୍ର ଦୁଇ କିଲୋ ମିଟର ଦୂରରେ  ଏହି ବିଦ୍ୟାଳୟ ରହିଛି  । ମଧ୍ୟାହ୍ନ ଭୋଜନ ପାଇଁ ପରିବା କାଟୁଛନ୍ତି  ଦୁଇ ଜଣ କୁନି କୁନି ପିଲା ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ  ଆଳୁ କାଟିବାକୁ କହିଥିବା ଏହି କୁନି ପଲା ଦୁଇ ଜଣ ଉତ୍ତର ଦେଇଛନ୍ତି  । ଧାରୁଆ ପନିକିରେ କାଟିବା ବଳେ ପିଲାଙ୍କ ଅଙ୍ଗୁଳି ବି କଟିଯାଇଛି । କେବଳ ଏହି ଦୁଇ ଜଣ ନୁହନ୍ତି , ବିଦ୍ୟାଳୟର ଅନ୍ୟ ଛାତ୍ରୀମାନେ ମଧ୍ୟ ପରିବା କାଟନ୍ତି । ୧୮୦ ଜଣ ପିଲାଙ୍କ ପାଇଁ ପିଲାମାନେ ପରିବା କାଟୁଛନ୍ତି , ପୁଣି  ଶ୍ରେଣୀ ଚାଲିଥିବା ବେଳେ ପାଠ ପଢାରୁ ବାରଣ କରାଯାଇ ପିଲାଙ୍କୁ ଏହି କାମରେ ଲଗାଯାଉଥିବା ଅଭିଯୋଗ ହୋଇଛି । 

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରିବା ପାଇଁ ଦୁଇ ଜଣ ରୋଷେୟା ଅଛନ୍ତି । କୌଣସି କାରଣରୁ ଜଣେ ରୋଷେୟା ଅନୁପସ୍ଥିତ ରହିଲେ , ପିଲାଙ୍କୁ ସେଦିନ ପୁରା ଦମରେ କାମ କରିବାକୁ ପ୍ରଧାନ ଶିକ୍ଷୟତ୍ରୀ କହନ୍ତି । ତବେ ଏକଥାକୁ ପ୍ରଧାନ ଶିକ୍ଷୟତ୍ରୀ ଅସ୍ବୀକାର କରୁଥିବା ବଳେ ଅନ୍ୟ ଶିକ୍ଷୟତ୍ରୀମାନେ ସ୍ବୀକାର କରିଛନ୍ତି । 

ଏବେ ଏ ଘଟଣା ଉପରେ ସରକାର କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବା କଥା ।

   Related Posts