ଭାଇରାଲ ହେଉଛି ଦୁଇ ଛାତ୍ରଙ୍କ ବହି ବସ୍ତାନି ବାଜା; ବସ୍ତାନିରେ ବଜାଉଛନ୍ତି ଚମତ୍କାର ବାଦ୍ୟ

Published By : Prameya-News7 Bureau | September 04, 2022 IST

କୋରାପୁଟ ୦୪/୦୯: ଚର୍ଚ୍ଚାରେ କୋରାପୁଟର ୨ ଛାତ୍ର। ଅଦମ୍ୟ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ। ମୃଦଙ୍ଗ ଓ ତବଲା ବଜାଇବାକୁ ଏମାନଙ୍କର ପ୍ରବଳ ଆଗ୍ରହ ରହିଛି। କିନ୍ତୁ ଆର୍ଥିକ ଅନାଟନ ବାଧକ ସାଜିଛି। ଢ଼ୋଲ ବାଦ୍ୟଯନ୍ତ୍ର କିଣି ପାରୁନଥିବାରୁ ଯେତେବେଳେ ମଧ୍ୟ ସେମାନେ ଖାଲି ସମୟ ପାଆନ୍ତି ନିଜ ବହି ବସ୍ତାନିକୁ ମୃଦଙ୍ଗ ଓ ଢ଼ୋଲ ଭାବେ ବ୍ୟବହାର କରି ଅତି ଚମତ୍କାର ବଜାଉଛନ୍ତି। ଏମାନଙ୍କର ଏହି ବହି ବସ୍ତାନିରୁ ଯେଉଁ ବାଦ୍ୟଶବ୍ଦ ବାହାରୁଛି ତାହା ଶୁଣିଲେ ବିଶ୍ଵାସ କରିପାରିବେନି ଏହା ବହି ବସ୍ତାନିର ଶବ୍ଦ।

ଆଉ ଏବେ ଏମାନଙ୍କ ଏପରି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏ ୨ ଛାତ୍ର ହେଉଛନ୍ତି କୋରାପୁଟ କହ୍ନେଇପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ସୁମିତ ହନ୍ତାଳ ଓ ଚତୁର୍ଥ ଶ୍ରେଣୀ ଛାତ୍ର ପ୍ରତୀକ ସୁନା। ଏମାନଙ୍କୁ ବାଦ୍ୟ ଯନ୍ତ୍ର ସହ ଅଧିକ ତାଲିମ୍ ଦିଆଗଲେ ନିଶ୍ଚିତ ଭାବରେ ଏମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

wp:embed {"url":"https://youtu.be/baWuMAoZbt8","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/baWuMAoZbt8
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.