ସୀମାଙ୍କୁ ଟାର୍ଗେଟ୍‌ କଲେ ସଚିନ୍‌ଙ୍କ ପଡୋଶୀ , କହିଲେ-ସାହାସ ଅଛି ଯଦି ପାକିସ୍ତାନରେ ୧୦ ଦିନ ରହିକି ଦେଖାଅ

Published By : Prameya-News7 Bureau | August 16, 2023 IST

ସଚିନ୍‌-ସୀମାଙ୍କ ଚର୍ଚ୍ଚିତ ପ୍ରେମ କାହାଣୀ । ବର୍ତ୍ତମାନ ଏଥିରେ ନୂଆ ଟ୍ଵିଷ୍ଟ ଆସିଛି। ପଡୋଶୀ ଏବେ ସୀମାଙ୍କୁ ନୂଆ ଚାଲେଞ୍ଜ ଦେଇଛନ୍ତି । ଯାହାକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।  ସୀମା ପୁଣି ସଚିନଙ୍କୁ ଭଲ ପାଇବ? ପାକିସ୍ତାନରେ ପୁଅମାନଙ୍କର ଅଭାବ ଥିଲା କି ? ମିଥିଲେଶ ଭାତି ହଠାତ୍ ପାକିସ୍ତାନର ସୀମା ହାଇଦର ଏବଂ ତାଙ୍କ ଭାରତୀୟ ପ୍ରେମୀ ସଚିନଙ୍କ ସମ୍ପର୍କକୁ ବିରୋଧ କରି ସେ ଅନେକ କଥା କହିଛନ୍ତି।

ଏକ ସାକ୍ଷାତକାର ସମୟରେ ମିଥିଲେଶ କହିଛନ୍ତି ଯେ ସୀମା ପାଞ୍ଚ କିଲୋ ଏବଂ ସଚିନ୍ ଏକ ପାଉଁରୁଟି ପରି… ଯଦି ସୀମା ଗୋଟିଏ ହାତ ରଖିବେ ତେବେ ସେ ମରିଯିବେ।ସୀମା ପାକିସ୍ତାନରୁ ଲୁଚି ଛପି ଭାରତରେ ପହଞ୍ଚିଛନ୍ତି। ଯାହ ସମ୍ପୂର୍ଣ୍ଣ ଭୂଲ। ଭାରତର ଜଣେ ପୁଅକୁ ଜାଣିକି ପ୍ରେମ ଜାଲରେ ଫସାଇଛନ୍ତି। ଯଦି ପ୍ରେମରେ ଏତେ ଶକ୍ତି ଅଛି, ତେବେ ଥରେ ସଚିନଙ୍କୁ ପାକିସ୍ତାନ ନେଇ ସୀମା ଦେଖ, ତା ପରେ ସଚିନ୍ ଏକ ବାକ୍ସରେ ଆସିବ।

ସଚିନଙ୍କୁ ଯଦି ସୀମା ପ୍ରକୃତରେ ଭଲ ପାଉଛନ୍ତି । ତେବେ ସେ ସଚିନ୍‌କୁ ନେଇ ପାକିସ୍ତାନ୍‌ରେ ୧୦ ଦିନ ରହିବା ଉଚିତ। ଯେମିତି ସେ ଏବେ ଭାରତରେ ରହୁଛନ୍ତି। ମିଥିଲେଶଙ୍କ ଏହି ବିବୃତ୍ତିକୁ ନେଇ ସୀମା ହାଇଦର ଆପତ୍ତି କରିଥିଲେ। ଏନେଇ ସୀମାଙ୍କ  ଓକିଲ କହିଛନ୍ତି ଯେ ସେମାନେ ମିଥିଲେଶଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

wp:embed {"url":"https://www.prameyanews7.com/who-is-seema-hyder-really-pakistan-said-it-is-not-clear-whether-it-is-our-country-or-not/","type":"wp-embed","providerNameSlug":"prameya-news-7"}
https://www.prameyanews7.com/who-is-seema-hyder-really-pakistan-said-it-is-not-clear-whether-it-is-our-country-or-not/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.