ନୂଆଦିଲ୍ଲୀ୨୧|୧୦: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ପାକିସ୍ତାନ ପ୍ରତିଶୋଧ ନେବା ପାଇଁ ବିଭିନ୍ନ ରଣନୀତି ଅବଲମ୍ବନ କରୁଛି। ସୀମାରେ ପାକ୍ ବାରମ୍ବାର ଅସ୍ତ୍ରବିରତି ଉଙ୍ଘନ କରୁଥିବା ନଜୀର ମଧ୍ୟ ରହିଛି। ଏଭଳି ହରକତ କଲେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯିବ ବୋଲି ଭାରତୀୟ ସେନା ମୁଖ୍ୟ ବିପିନ୍ ରାଓ୍ବାତ କହିଛନ୍ତି।
wp:core-embed/twitter {"url":"https://twitter.com/DDNewsLive/status/1185926824624214016","type":"rich","providerNameSlug":"twitter","className":""}ସେନା ମୁଖ୍ୟ ବିପିନ ରାଓ୍ବାତ କହିଛନ୍ତି ପାକିସ୍ତାନର ବହୁ ଆତଙ୍କବାଦୀ ମରିଯିବାର ଖବର ରହିଛି। ଭାରତୀୟ ସେନାଙ୍କ ଆକ୍ରମଣରେ ପାକିସ୍ତାନର ୩ଟି ଚେକ୍ ପଏଣ୍ଟରେ ଧ୍ବଂସ ହୋଇଯାଇଛି। ସୂଚନା ମିଳିଛି ଯେ ପାକିସ୍ତାନରେ ଆତଙ୍କବାଦୀ କ୍ୟାମ୍ପ ଧୀରେ ଧୀରେ ସୀମା ଆଡ଼କୁ ମାଡି ଆସୁଛନ୍ତି।
wp:core-embed/twitter {"url":"https://twitter.com/BJP4India/status/1185911170269507585","type":"rich","providerNameSlug":"twitter","className":""}ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ବାରା ସବୁ କାର୍ଯ୍ୟ ମନିଟରିଂ କରାଯାଉଛି। ଏ ସଂପର୍କରେ ବିପିନ ରାଓ୍ବତ ଓ ରାଜନାଥ ସିଂହଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି । ପାକ୍ ଆତଙ୍କବାଦୀ ସୀମା ଆଡ଼କୁ ମାଡି ଆସୁଥିବାର ଖବର ରହିଛି। ତେଣୁ ଖୁବ୍ ଶୀଘ୍ର ପୁଣି ପାକିସ୍ତାନକୁ କଡ଼ା ଜବାବ ଦିଆଯିବ ବୋଲି ବିପିନ ରାଓ୍ବାତ କହିଛନ୍ତି।