ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଚୀନସ୍ଥିତ ବିଶ୍ୱର ସର୍ବ ବୃହତ୍ତ ଆଇଫୋନ ନିର୍ମାତାଙ୍କ ଫ୍ୟାକ୍ଟ୍ରିରେ ଶ୍ରମିକ ଅଶାନ୍ତି, ପୋଲିସ ଓ କର୍ମଚାରୀ ମୁହାଁମୁହିଁ

23/11/2022 at 6:39 PM

ଝୋଙ୍ଗଝୋଉ ୨୩।୧୧: ଆଇ ଫୋନ ନିର୍ମାଣ କରୁଥିବା ବିଶ୍ୱର ସର୍ବ ବୃହତ୍ତ କାରଖାନାରେ ଶ୍ରମିକ ଉପଦ୍ରବ। ଚୀନ୍ ହେନାନ ପ୍ରାନ୍ତ ଝୋଙ୍ଗଝୋଉସ୍ଥିତ ‘ଫକ୍ସକନ’ ଫ୍ୟାକ୍ଟ୍ରିରେ କର୍ମଚାରୀ କଠିନ କୋଭିଡ କଟକଣା, ବେତନ ପ୍ରଦାନରେ ଟାଳଟୁଳ ନୀତି ଓ କୋଭିଡ ସଂକ୍ରମଣକୁ ନେଇ ଆତଙ୍କିତ ଅବସ୍ଥାରେ ଥିବା ବେଳେ କାରଖାନାରେ ହିଂସାତ୍ମକ ବିକ୍ଷୋଭ କରିଛନ୍ତି।

କର୍ମଚାରୀଙ୍କ ଏହି ବିକ୍ଷୋଭର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କର୍ମଚାରୀଙ୍କୁ ପୋଲିସ ସହ ସିଧାଶଳଖ ମୁହାଁ ମୁହିଁ ହେଉଥିବାର ଦେଖାଯାଇଛି। ତାଇୱାନ କମ୍ପାନୀ ଫକ୍ସକନ ଚୀନ୍‌ରେ ଆପଲ ସମେତ ଅନେକ ଅନ୍ତରାଷ୍ଟ୍ରୀୟ ବ୍ରାଣ୍ଡର ଗେଜଟସ୍ ଆସେମ୍ବ୍ଲ କରୁଥିବା ବିଶ୍ୱର ସର୍ବ ବୃହତ୍ତ କଣ୍ଟ୍ରାକ୍ଟ ଇଲେକ୍ଟ୍ରୋନିକ ନିର୍ମାଣକାରୀ କମ୍ପାନୀ।  

ମଧ୍ୟ ଚୀନସ୍ଥିତ ଫକ୍ସକନର ଏହି କମ୍ପାନୀକୁ ଆଇଫୋନ ସିଟି ବୋଲି ମଧ୍ୟ କୁହାଯାଏ। ଏହି ଫ୍ୟାକ୍ଟ୍ରିରେ ୨ ଲକ୍ଷରୁ ବି ଅଧିକ କର୍ମଚାରୀ କାମ କରୁଛନ୍ତି। ଏହି ଫ୍ୟାକ୍ଟ୍ରିରେ ସବୁଠୁ ଅଧିକ ଆଇଫୋନ ଆସେମ୍ବ୍ଲ ହୋଇଥାଏ। ଝୋଙ୍ଗଝୋଉ ଅଞ୍ଚଳରେ କୋଭିଡ-୧୯ର ଅନେକ ମାମଲା ସାମ୍ନାକୁ ଆସିଲାଣି। ଏଣୁ ଅଞ୍ଚଳରେ କଡାକଡି ଲକଡାଉନ ଜାରି ହୋଇଛି। ଏହି କଟକଣାରେ ଫକ୍ସକନ କମ୍ପାନୀ ମଧ୍ୟ କାମ କରୁଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଶହଶହ କର୍ମଚାରୀ ସଡକ ଉପରେ ବିକ୍ଷୋଭ କରୁଥିବାର ଦେଖାଯାଉଛି। ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଗ୍ୟାସ୍ ପ୍ରୟୋଗ କରୁଛି। ଫଳରେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହେଉଛନ୍ତି। ଏହି ଭିଡିଓ ବୁଧବାରର ବୋଲି କୁହାଯାଉଛି। ଗତ ଅକ୍ଟୋବର ୩୧ ତାରିଖ ଦିନ ମଧ୍ୟ ଏହି ପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଫକ୍ସକନର କର୍ମଚାରୀ କୋଭିଡ କଟକଣା ଭୟରେ ପାଚେରୀ ଡେଇଁ ପଳାଉଥିବାର ଦେଖାଯାଇଥିଲା।

ଚୀନ ସରକାର ଯେଉଁଠି କୋଭିଡ ସଂକ୍ରମିତ ମିଳୁଛନ୍ତି ସେଠାରେ କଡା ଲକଡାଉନ ଲଗାଇ ଦେଉଛନ୍ତି। ଏଥିରେ ମିଳୁଥିବା ସଂକ୍ରମିତଙ୍କୁ କ୍ୱାରେଣ୍ଟାଇନକୁ ପଠାଇ ଦିଆଯାଉଛି। ସରକାର କଡାକଡି ନିୟମ ପାଳନ କରୁଥିବାରୁ ଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଣୁ ସରକାର ବିରୋଧରେ ଜନଅସନ୍ତୋଷ ବ୍ୟାପିବାରେ ଲାଗିଛି।

   Related Posts