ଦଶମ ଶ୍ରେଣୀ ଛାତ୍ରଙ୍କ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା, ଭିଡିଓ ଭାଇରାଲ ପରେ ଉତ୍ତେଜନା

Published By : Prameya-News7 Bureau | November 11, 2022 IST

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ  ଗ୍ରୀନବାଡ଼ି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଉଚ୍ଚ ବିଦ୍ୟାଳୟ   ଛାତ୍ରାବାସରେ ସପ୍ତମ  ଶ୍ରେଣୀର ୪ ଜଣ ଛାତ୍ରଙ୍କୁ ଦୁଇ ଜଣ ଦଶମ ଶ୍ରେଣୀର ଛାତ୍ର ମାଡ଼ ମାରିଥିବା ଭିଡିଓ  ମୋବାଇଲକୁ ମୋବାଇଲ  ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଦ୍ୟାଳୟ ଆଗରେ ଉତ୍ତେଜନା ଦେଖାଦେଇଥିଲା । ଏହି ଭିଡିଓକୁ ହଜାର ହଜାର ଲୋକ ଦେଖିସାରିଲେଣି । ଏଥି ସହିତ କିଛି ଲୋକ ଏହି ଭାଇରାଲ ଭିଡିଓକୁ ନେଇ  ଜିଲ୍ଲାପାଳ ଠାରୁ ଆରମ୍ଭ କରି ଅନ୍ୟ ବିଭାଗକୁ ଟ୍ୱିଟ ମଧ୍ୟ କରିସାରିଲେଣି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜୁନିଅର ଛାତ୍ରଙ୍କୁ ସିନିୟର ଛାତ୍ର ମାନେ ନିର୍ଦ୍ଦୟ ଭାବେ ମାଡ଼ ମାରିବା ଅସଭ୍ୟ ଭାଷାରେ ମଧ୍ୟ ଗାଳିଗୁଳଜ କରୁଛନ୍ତି । ମାଡ଼ ମାରିବା ପରେ ଫିଲିମ ଷ୍ଟାଇଲ ଭଳି ଅଭିନୟ ମଧ୍ୟ  କରୁଛନ୍ତି । ଏହି ଭଳି ଅମାନୁଷିକ କାର୍ଯ୍ୟକୁ ଅନ୍ୟ ପିଲା ମାନେ ଦେଖି ଏହାର ମଜା ମଧ୍ୟ ନେଉଛନ୍ତି । ହେଲେ କେହି ପ୍ରତିବାଦ କରୁନଥିବା ଦେଖିବାକୁ ମିଳିଥିଲା  ।  ଅନ୍ୟପକ୍ଷେ ଛାତ୍ରାବାସରେ ମୋବାଇଲ ପ୍ରବେଶ ବେଆଇନ ଥିବା ସତ୍ତ୍ୱେ ମୋବାଇଲ ଭିତରକୁ କିଭଳି ଗଲା ,ଦାଇତ୍ୱରେ ଥିବା କର୍ତ୍ତୃପକ୍ଷ କିଭଳି ଜାଣିପାରିଲେ ନାହିଁ ତାହା ଏବେ ତଦନ୍ତ ପରିସର । ଅନ୍ୟପକ୍ଷରେ ମାଡ଼ମାରିଥିବା ପିଲାଙ୍କୁ ଛାତ୍ରବାସରୁ ବାହାର କରାଯାଇଛି  ।

{"id":708040,"width":836,"height":460,"sizeSlug":"full","linkDestination":"none"}

ଘଟଣାକୁ ନେଇ ଉଭୟଙ୍କ  ଅଭିଭାବକ, ସ୍କୁଲ କମିଟି,ଶିକ୍ଷକ, ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ନେଇ ଏକ ବୈଠକ ବିଦ୍ୟାଳୟରେ କରାଯାଇ ସମାଧାନର ରାସ୍ତା ବାହାର କରାଯାଇଛି ।  ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଛି ଏବଂ ଷ୍ଟାମ୍ପ ପେପରରେ ଉଭୟ ଲେଖିଛନ୍ତି। ମାଡ଼ ମାରିଥିବା ଦଶମ ଶ୍ରେଣୀର ଛାତ୍ରଙ୍କୁ ଛାତ୍ରାବାସରୁ ବହିଷ୍କାର କରାଯାଇଛି । ବିସ୍କୁଟକୁ ନେଇ ଜୁନିଅର ଛାତ୍ର ମାନଙ୍କୁ ସିନିଅର ଛାତ୍ର ମାନେ ମାଡ଼ ମାରିଥିବା  ପ୍ରାଥମିକ ସୂଚନା ରହିଛି

ଭିଡିଓ ଭାଇରାଲ ହେବା ପରେ ଆଜି ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଯିବା ସହ ଏଭଳି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବୁକ୍‌ ଅନ୍ତର୍ଗତ ଗ୍ରୀନବାଡ଼ିରେ ଥିବା ସରକାରୀ ଆଶ୍ରମ ବିଦ୍ଯାଳୟରେ ଘଟିଥିବା ଜଣାପଡ଼ିଛି । ବିଦ୍ୟାଳୟ ହଷ୍ଟେଲରେ ଚାରିଜଣ ଛାତ୍ର ଜୁନିୟର ଛାତ୍ରଙ୍କୁ ମାଡ଼ ମାରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଚାରିଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ବାହାର କରିଦିଆଯାଇଥିବା କହିଛନ୍ତି ବିଦ୍ଯାଳୟର ପ୍ରଧାନ ଶିକ୍ଷୟତ୍ରୀ  ଝୁନୁରାଣୀ ପ୍ରଧାନ ଏପଟେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିବା ବେଳେ। ଘଟଣାର ସଠିକ୍‌ ତଦନ୍ତ ଏବଂ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଅଭିଭାବକ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.