ଘରପୋଡ଼ିକୁ ନେଇ ତୁମୁଳକାଣ୍ଡ, ୩ ଅଟକ, ଜଣେ ଫେରାର

Published By : Prameya-News7 Bureau | June 10, 2024 IST

ଭଦ୍ରକ: ରାଜନୈତିକ ଶତ୍ରୁତାକୁ ନେଇ ଅଗ୍ନିକାଣ୍ଡ ଓ ହିଂସା । ଘରେ ଶୋଇଥିବା ଲୋକଙ୍କୁ ଜୀଅନ୍ତା ଜାଳିଦେବାକୁ ଚାଳ ଛପର ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ।ଆହୁରି ମଧ୍ୟ ଅଭିଯୋଗ ହୋଇଛି ଘର ଜାଳିଦେବାକୁ ପୂର୍ବରୁ ମିଳିଥିଲା ଧମକ। 

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଗୋବିନ୍ଦପୁର ବଜାର ସ୍ଥିତ ସତ୍ୟବ୍ରତ ସାହୁଙ୍କ ଘରେ ରବିବାର ରାତିରେ କିଛି ଦୁବୃର୍ତ୍ତ ନିଆଁ ଲଗାଇଦେଇଥିଲେ ।ହେଲେ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲେ ସତ୍ୟବ୍ରତ ଏବଂ ତାଙ୍କ ପରିବାର।

ପରେ ନିଆଁ ଲଗାଇଥିବା ସନ୍ଦେହ କରି କେନ୍ଦୁଆପଦା ଫାଣ୍ଡି ପୋଲିସ ସହ ବାରମାଣିଆ ଗ୍ରାମର ୨ ଜଣକୁ ଗିରଫ କରିବାକୁ ପହଞ୍ଚିଥିଲେ ଗ୍ରାମବାସୀ। କିନ୍ତୁ ସେହି ସମୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଗିରଫକୁ ବିରୋଧ କରି ସେଠାରେ ଥିବା କାର୍‌ ବାଇକ୍ ଭଙ୍ଗାରୁଜା କରିଥିଲେ ଲୋକେ। ସ୍ଥିତି ଅଣାୟତ୍ତ ହେବାରୁ ଫାଣ୍ଡି ପୋଲିସ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସକୁ ଖବର ଦେଇଥିଲା।

ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ସେହି ଘରୁ ଆଉ ଜଣେ ଯୁବକଙ୍କୁ ଧରିବାରେ ସଫଳ ହୋଇଥିଲା l ତେବେ ଘଟଣାରେ ସମୁଦାୟ ତିନି ଜଣଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିବାବେଳେ ଅନ୍ୟଜଣେ ଫେରାର ଥିବା ଜଣାପଡ଼ିଛି। ଘଟଣାରେ ଜଣେ ମହିଳା ମଧ୍ୟ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.