ଧାଡି ଦର୍ଶନକୁ ବିରୋଧ: ପୁରୀ ବଂଦବେଳେ ଶ୍ରୀକ୍ଷେତ୍ର ପାଲଟିଲା ରଣକ୍ଷେତ୍ର

Published By : Prameya-News7 Bureau | October 03, 2018 IST

ପୁରୀ୩|୧୦: ଧାଡି ଦର୍ଶନକୁ ବିରୋଧ କରି ଆଜି ପୁରୀ ବନ୍ଦ ବେଳେ ଦେଖିବାକୁ ମିଳିଛି ଜନ ଅସୋନ୍ତୋଷ । ଜଗନ୍ନାଥ ସେନା, କଂଗ୍ରେସ ଓ ବିଜେପି ପକ୍ଷରୁ ବନ୍ଦ ପାଳନ ବେଳେ ସମଗ୍ର ପୁରୀ ରଣକ୍ଷେତ୍ରରେ ପରିମତ ହୋଇଥିଲା ।  ଆନ୍ଦୋଳନକାରୀମାନେ ଧାଡି ଦର୍ଶନର ସମସ୍ତ ବ୍ୟାରିକେଡ ଭଙ୍ଗାରୁଜା କରିଦେଇଥିଲେ । ପୋଲିସ ଘଟଣାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା । ୨୦୦ରୁ ୩୦୦ ଆନ୍ଦୋଳନକାରୀ ସିଂହଦ୍ବାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଘଟିଚି ଏହି ଅଘଟଣ । ଧାଡି ଦର୍ଶନର ପ୍ରତିବାଦ କରି ଆନ୍ଦୋଳନକାରୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଶି ବ୍ୟାପକ ଭଂଗାରୁଜା କରିବା ସହ ଏସପି କାର୍ଯ୍ୟାଳୟରେ ମଧ୍ୟ ଭଂଗାରୁଜା କରିଛନ୍ତି । ସେହିଭଳି ପୁରୀ ବିଧାୟକ ତଥା ରାଜସ୍ବମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ବାସ ଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ଆନ୍ଦୋଳନକାରୀ । ଆଜି ସକାଳୁ ଦୀର୍ଘ ସମୟଧରି ଶ୍ରୀକ୍ଷେତ୍ର ରଣକ୍ଷେତ୍ରରେ ରୂପନ୍ତରିତ ହୋଇଥିଲା । ଆନ୍ଦୋଳନକାରୀମାନେ ପୋଲିସ ଷ୍ଟାଣ୍ଡ , ଜୋତା ଷ୍ଟାଣ୍ଡ ଏବଂ ବ୍ୟାରିକେଡ ଷ୍ଟାଣ୍ଡ ଭାଂଗିବା ସହ ରାସ୍ତାରେ ନିଆଁଜାଳି ରାସ୍ତାରୋକ କରିଥିଲେ । ଏସପିଙ୍କ ବଦଳି ଦାବୀ କରିବା ସହ ଶ୍ରୀମନ୍ଦିର ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ । ୮ ଦଫା ଦାବି ନେଇ ହୋଇଥିବା ଏହି ଆନ୍ଦୋଳନ ବେଳେ ପ୍ରଶାସନ ଓ ପୋଲିସ ବିରୋଧରେ ଜନ ଆକ୍ରୋଶ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.