ଲୁଟ୍ ପାଇଁ ୭୨ ଘଣ୍ଟାରେ ୧୭ ଜଣଙ୍କୁ ହତ୍ୟା, କଲମ୍ୱିଆରେ ଆଲର୍ଟ
13/09/2022 at 10:44 PM

ବୋଗୋଟା, ୧୩/୦୯: କଲମ୍ୱିଆରେ ବିଭିନ୍ନ କାରଣକୁ ନେଇ ହିଂସା ଦେଖିବାକୁ ମିଳିଛି । ଫଳରେ ୭୨ ଘଣ୍ଟା ମଧ୍ୟରେ ୧୭ ଜଣଙ୍କ ଜୀବନ ଯାଇଛି । ବାରାନକ୍ୟୁଲା ସହରର ଏକ ବାର୍ରେ ସୋମବାର ସକାଳେ କିଛି ବ୍ୟକ୍ତି ମଦ୍ୟପାନ କରୁଥିବା ବେଳେ ଜଣେ ଆତତାୟୀର ଗୁଳିମାଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାର ଦିନକ ପୂର୍ବରୁ ଏକ ଅଭାବନୀୟ ଘଟଣା ଘଟିଥିଲା । ଏକ ଅପରାଧୀ ଗ୍ୟାଙ୍ଗ୍ ଉତ୍ତର-କେନ୍ଦ୍ରର ସନ୍ତାନ୍ଦର ଅଞ୍ଚଳରେ ଜଣେ ଶିକ୍ଷକ, ତାଙ୍କ ସ୍ତ୍ରୀ ଏବଂ ୨ ଶିଶୁଙ୍କୁ ହତ୍ୟା କରିଥିବା ସେଠାକାର ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।
ସେହିପରି ଭେନେଜୁଆଲାରେ ମଧ୍ୟ ୫ ଜଣଙ୍କୁ ହତ୍ୟା କରାଯାଇଛି । ସେମାନେ ସମସ୍ତେ ଅନ୍ୟ ଦେଶର ଶରଣାର୍ଥୀ ବୋଲି ଜଣାପଡ଼ିଛି । ଏନେଇ ସ୍ଥାନୀୟ ମେୟର କହିଛନ୍ତି ଯେ ହତ୍ୟାକାରୀ ସେମାନଙ୍କ ଠାରୁ ଟଙ୍କା ଚୋରି କରିବାକୁ ଆସିଥିଲେ । ପରେ ଟଙ୍କା ଲୁଟି ଛୁରୀ ସାହାଯ୍ୟରେ ସେମାନଙ୍କୁ ହତ୍ୟା କରିଥିଲେ ।
ତେବେ ମୃତକ ମାନଙ୍କୁ ନ୍ୟାୟ ଦେବାକୁ ଯାଇ ତାଙ୍କ ପରିବାରର ଜଣେ ସଦସ୍ୟ ୫ ଜଣ ଆକ୍ରମଣକାରୀଙ୍କୁ ମଧ୍ୟ ହତ୍ୟା କରିଥିବା ମେୟର ସୂଚନା ଦେଇଛନ୍ତି ।