ବରେଲୀରେ ହିଂସା, ଚାଳକଙ୍କୁ ପିଟିଲେ ବାଇକ୍‌ ଜାଳିଦେଲେ ଉପଦ୍ରବୀ

Published By : Prameya-News7 Bureau | February 09, 2024 IST

ନୂଆଦିଲ୍ଲୀ: ହଲଦ୍ବାନୀରେ ହିଂସା ଥମି ନଥିବାବେଳେ ଏବେ ବରେଲୀରେ ଦେଖିବାକୁ ମିଳିଛି ହିଂସା। ଶୁକ୍ରବାର ବରେଲୀର ଶ୍ୟାମଗଞ୍ଜରେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି। ଉପଦ୍ରବକାରୀମାନେ ଦୋକାନ ଉପରକୁ ପଥରମାଡ଼ କରିଛନ୍ତି। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ, ସନ୍ଧ୍ୟାରେ ଏଠାରେ ନମାଜ ପରେ ପରେ ହିଂସା ଦେଖିବାକୁ ମିଳିଛି । ମୌଲାନା ତୌକରା ରଜାଙ୍କ ଆହ୍ବାନରେ ଇସଲାମିଆ ପଡ଼ିଆରେ ଭିଡ଼ ଏକାଠି ହୋଇଥିଲା । ହେଲେ ଫେରିବା ସମୟରେ ହଠାତ୍‌ ଦଙ୍ଗା ଆରମ୍ଭ ଉପଦ୍ରବୀ। କୁହାଯାଉଛି ଯେ, ଭିଡ଼ ସେହି ବାଟରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇ ତାଙ୍କ ଗାଡ଼ି ଜାଳିଦେବା ସହ ପିଟିଛନ୍ତି। ଅବଶ୍ୟ ବ୍ୟକ୍ତି ଜଣକ ନିଜ ଜୀବନ ବଞ୍ଚାଇ ସେଠାରୁ ଖସିପଳାଇବାରେ ସକ୍ଷମ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ମୃଦୁ ଲାଠି ଚାର୍ଜ କରିବା ସହ ଭିଡ଼କୁ ନିୟନ୍ତ୍ରଣ କରିଛି। ତଥାପି ବର୍ତ୍ତମାନ ମଧ୍ୟ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି।

ଆହୁରି ପଢ଼ନ୍ତୁ: ହଲ୍‌ତଓ୍ବାନୀ ହିଂସା; ୬ମୃତ, ଶତାଧିକ ଆହତ, କର୍ଫ୍ୟୁ ଜାରି ଏବଂ ଇଣ୍ଟରନେଟ୍ ବନ୍ଦ

ସୂଚନା ଅନୁଯାୟୀ, ଜ୍ଞାନବାପୀ ପ୍ରସଙ୍ଗୁ ନେଇ ଅସନ୍ତୁଷ୍ଟ ମୌଲାନା ଜେଲ ଭରୋ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ନିଜକୁ ଗିରଫ କରିବା ପାଇଁ ଦାବି କରିଥିଲେ। ତାଙ୍କ ସମର୍ଥନରେ ଶୁକ୍ରବାର ଅନେକ ଲୋକ ସହରର ଇସଲାମିଆ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ । ତେବେ ପୋଲିସ ତାଙ୍କୁ ଗିରଫ କରି ଛାଡ଼ି ଦେଇଥିଲା। ଯାହାପରେ ଇସଲାମିଆ ଗ୍ରାଉଣ୍ଡ୍‌ରୁ ଭିଡ଼ ମଧ୍ୟ ହଟିବାରେ ଲାଗିଥିଲା। କିନ୍ତୁ ଫେରିବାବେଳେ ଭିଡ଼ ହଠାତ ଶ୍ୟାମଗଞ୍ଜ ଠାରେ ଏଭଳି ଆକ୍ରମଣାତ୍ମକ ହୋଇଉଠିଥିଲା।

ସେପଟେ, ଉତ୍ତରାଖଣ୍ଡ ହଲଦ୍ବାନୀରେ ହିଂସା ଏପର୍ଯ୍ୟନ୍ତ ୬ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ନମାଜକୁ ଦୃଷ୍ଟିରେ ରଖି ଡିଏମ ରବିନ୍ଦ୍ର କୁମାର ସମଗ୍ର ଜନପଦ ସେକ୍ଟରରେ ଜୋନଲ ସିଷ୍ଟମ ଲାଗୁ କରିଛନ୍ତି। ବିଭିନ୍ନ ସ୍ଥାନରେ ପୋଲିସ-ମାଜିଷ୍ଟ୍ରେଟଙ୍କ ନିୟୋଜିତ କରାଯାଇଛି। ଛକ ମାନଙ୍କରେ ମଧ୍ୟ ନାକା ବନ୍ଦୀ କରାଯାଇଛି। ପୋଲିସ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲା ପ୍ରଶାସନ ଲୋକଙ୍କୁ କୌଣସି ଭୁଲ ସୂଚନା ଉପରେ ବିଶ୍ବାସ କରିବାକୁ ଅପିଲ କରିଛନ୍ତି। କୌଣସି ସନ୍ଦିଗ୍ଧ ସୂଚନା ମିଳି​‌ଲେ ପୋଲିସକୁ ସୂଚନା ଦେବାକୁ କହିଛନ୍ତି। ଅଯଥାରେ ଭିଡ଼ ନକରିବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.