ଫିଫା ବିଶ୍ବକପରେ ବେଲଜିୟମର ପରାଜୟ ପରେ ହିଂସା, ରାଜଧାନୀର ବିଭିନ୍ନ ସ୍ଥାନରେ ଫ୍ୟାନ୍ସଙ୍କ ପୋଡ଼ାଜଳା

Published By : Prameya-News7 Bureau | November 28, 2022 IST

ନୂଆଦିଲ୍ଲୀ: ଫିଫା ଫୁଟବଲ ବିଶ୍ବକପରେ ବେଲଜିୟମର ପରାଜୟ । ମରକ୍କୋ ଠାରୁ ହାରି ପରେ ବେଲଜିୟମରେ ହିଂସା । ଫୁଟବଲ ପ୍ରେମୀ ଭିଡ଼ ଭିତରେ ଗାଡ଼ି ଗୁଡ଼ିକୁ ନିଆଁ ଲଗାଇ ଦେଇଛନ୍ତି । ବେଲଜିୟମର ରାଜଧାନୀ ବ୍ରସେଲ୍ସର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଦେଖିବାକୁ ମିଳିଛି ।

କତରରେ ଚାଲିଛି ଫିଫା ଫୁଟବଲ ମହାକୁମ୍ଭ । ଟାଇଟଲ ଜିତିବାକୁ ଜୋରାଦାର ପ୍ରୟାସ ଜାରି ରଖିଛନ୍ତି ବିଭିନ୍ନ ଟିମ୍ । ରବିବାର ଦିନ ଖେଳାଯାଉଥିବା ମ୍ୟାଚ୍‌ରେ ମରକ୍କୋ ଠାରୁ ବେଲଜିୟମ ୨-୦ ଗୋଲରେ ହାରିଛି । ଦଳର ପରାଜୟ ପରେ ଫୁଟବଲ ପ୍ରେମୀ ଚିହିଁକି ଉଠିଛନ୍ତି । ବେଲଜିୟମର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇଛନ୍ତି । ରାଜଧାନୀ ବ୍ରସେଲ୍ସରରେ ପୋଡ଼ାଜଳା କରିଛନ୍ତି । ଭିଡ଼ ଭିତରେ ଗାଡ଼ି ଗୁଡ଼ିକୁ ନିଆଁ ଲଗାଇ ଦେଇଛନ୍ତି ଦଙ୍ଗାକାରୀ ।

ସୂଚନା ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ନିଆଁକୁ ଆୟତ୍ତ କରିବା ସହିତ ଡ୍ରର୍ଜନରୁ ଅଧିକ ହିଂସାକାରୀଙ୍କୁ ହେପାଜତକୁ ନେଇଛି ପୋଲିସ । ହିଂସା ସ୍ଥାନରେ ଶାନ୍ତି ଫେରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । ରାଜଧାନୀର ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ ହୋଇଥିବା ବେଳେ ସ୍ଥିତି ଉପରେ ନଜର ରହିଛି ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ହିଂସାକାରୀଙ୍କୁ ପଚରାଉଚରା କରିବା ସହିତ ହିଂସା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ । ପୋଡ଼ାଜଳା ଓ ଭଙ୍ଗାରୁଜାରେ ବ୍ୟବହୃତ ହୋଇଥିବା ସାମଗ୍ରୀକୁ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.