suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ପୋଲିସ ବର୍ବରତା ବିରୋଧରେ ପ୍ରଦର୍ଶନ ବେଳେ ଫ୍ରାନ୍ସରେ ହିଂସା, ୨୨ ଗିରଫ

5/12/2020 at 10:40 PM

ପ୍ୟାରିସ୍‌ ୫।୧୨: ପୋଲିସ ବର୍ବରତା ବିରୋଧରେ ଶନିବାର ରାଜଧାନୀ ପ୍ୟାରିସରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ବେଳେ ଉପଦ୍ରବକାରୀ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିଛନ୍ତି।  ଉପଦ୍ରବକାରୀଙ୍କୁ ଘଉଡାଇବା ଲାଗି ରିୟୋଟ ପୋଲିସ ଲୁହବୁହା ବାସ୍ପ ପ୍ରୟୋଗ କରିବା ସହ ଫାଙ୍କା ଗୁଳି ଚଳାନା କରିବାକୁ ବାଧ୍ୟ ହୋଇଥିଲା। ଘଟଣାରେ ଫରାସୀ ପୋଲିସ ୨୨ ଜଣ ଉପଦ୍ରବକାରୀଙ୍କୁ ଗିରଫ କରିଛି।

ଫ୍ରାନ୍ସ ସରକାର ନିକଟରେ ନୂଆ ସୁରକ୍ଷା ବିଧେୟକକୁ ପାର୍ଲ୍ୟାମେଣ୍ଟରେ ଉପସ୍ଥାନ କରିଛନ୍ତି। ଏହି ବିଧେୟକରେ ସରକାର ସର୍ଭିଲିଆନ୍ସ ଉପକରଣର ଉପଯୋଗ ବୃଦ୍ଧି ସାଙ୍ଗକୁ  ଗଣମାଧ୍ୟମ ଓ ଅନଲାଇନରେ ଲୋକଙ୍କ ପୋଲିସ ଅଧିକାରୀଙ୍କ ଫଟୋ ପ୍ରସାରଣ ଅଧିକାର କାଢି ନେଇଛନ୍ତି। ୨୦୨୨ରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ଆଇନଶୃଙ୍ଖଳା ନିୟନ୍ତ୍ରିତ ରଖିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଇମାନୁଏଲ ମେକ୍ରନ ଏପରି କଡା ଆଇନ ଆଣିଛନ୍ତି। ଯାହାକୁ ଲୋକେ ଏବେ ସେମାନଙ୍କ ଅଧିକାର ସଂକୋଚନ ବୋଲି ଭାବୁଛନ୍ତି।

ଏହି ଆଇନ ବିରୋଧରେ ବିଭିନ୍ନ ସ୍ଥାନରେ ଲୋକେ ବିରୋଧ ପ୍ରଦର୍ଶନ କରିବା ସହ ବିକ୍ଷୋଭ ମଧ୍ୟ କରୁଛନ୍ତି। ଏହି କ୍ରମରେ ଶନିବାର ପ୍ୟାରିସ୍‌ରେ ହଜାର ହଜାର ଲୋକେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ବେଳେ କିଛି କଳା ମୁଖାପିନ୍ଧା ବିକ୍ଷୋଭକାରୀ ଅଚାନକ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ। ସେମାନେ ବଡବଡ ହାତୁଡିରେ ଫୁଟପାଥକୁ ବାଡେଇ ଭାଙ୍ଗିବା ସହ ରାସ୍ତାକଡର ବାଡ, ଦୋକାନ କାଚ ଓ ରାସ୍ତାକଡରେ ଛିଡା ହୋଇଥିବା ଯାନବାହନ ଭଙ୍ଗାରୁଜା ଓ ଜଳାପୋଡା କରିଛନ୍ତି।

   Related Posts