ମଣିପୁରରେ ପୁଣି ହିଂସା: ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ମାଡ, ୨ମୃତ

Published By : Prameya-News7 Bureau | April 14, 2024 IST

ମୁମ୍ଵାଇ ୧୪।୦୪: ମଣିପୁରରେ ପୁଣି ହିଂସା। ଏହି ହିଂସା ଥମିବାର ନାମ ଧରୁନାହିଁ । କୁକି ଏବଂ ମୌତେଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଏଠାରେ ଜାରି ରହିଛି । ସୂଚନାନୁସାରେ, ଦୁଇ ସଶସ୍ତ୍ର ଉପଦ୍ରବି ଗୋଷ୍ଠୀ ମଧ୍ୟରେ ପୁଣି ଥରେ ଗୁଳି ବିନିମୟ ହୋଇଛି। କୁହାଯାଉଛି ଯେ ଦୁଇ ଗୋଷ୍ଠୀମାନେ ଇମ୍ଫାଲ୍ ପୂର୍ବର କଙ୍ଗପୋକପି, ଉକ୍ରୁଲ୍ ଏବଂ ଟ୍ରାଇଜେକ୍ସନ୍ ଜିଲ୍ଲା ଭଳି ତିନୋଟି ଜିଲ୍ଲାରେ ପରସ୍ପର ଉପରକୁ ଗୁଳି ଚଳାଇଥିଲେ। ଗୁଳି ବିନିମୟରେ କୁକି ସମ୍ପ୍ରଦାୟର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ନାମ କାଙ୍ଗପୋକପି ଜିଲ୍ଲାର ମଫୋଦାମ ପୋଲିସ ଷ୍ଟେସନ ଅନ୍ତର୍ଗତ କାମିନାଲାଲ ଲୁଫେଙ୍ଗ (୨୩) ଏବଂ କଙ୍ଗପୋକପି ଜିଲ୍ଲାର ବଙ୍ଗଜଙ୍ଗ ଗାଁର ୨୨ ବର୍ଷିୟ କମଲେଙ୍ଗସାଟ ଲୁଙ୍କିମ ବୋଲି ଜଣାପଡିଛି। କହିବାକୁ ଗଲେ ଥୋବାଲ ଜିଲ୍ଲାର ହେରୋକ ଏବଂ ତେଙ୍ଗନୁପାଲ ମଧ୍ୟରେ ୨ ଦିନ କ୍ରସର ଗୁଳି ବିନିମୟ ପରେ ଇମ୍ଫାଲ ପୂର୍ବ ଜିଲ୍ଲାର ମୋଇରଙ୍ଗପୁରେଲରେ ପୁଣି ହିଂସା ଆରମ୍ଭ ହୋଇଥିଲା। ଯେଉଁଥିରେ ଉଭୟ କାଙ୍ଗପୋକପି ଏବଂ ଇମ୍ଫାଲ ପୂର୍ବର ସଶସ୍ତ୍ର ଉପଦ୍ରବୀ ଜଡିତ ଥିଲେ। ପୋଲିସର ସୂଚନାନୁସାରେ, କାଙ୍ଗପୋକପି, ଉକ୍ରୁଲ ଏବଂ ଇମ୍ଫାଲ ପୂର୍ବର ତ୍ରି-ଜଙ୍କସନ ଥିବା ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ପରିସ୍ଥିତି ଏବେ ବି ଅତ୍ୟନ୍ତ ଖରାପ ରହିଛି। କହିବାକୁ ଗଲେ ଯେ ମଣିପୁରରେ ପ୍ରଥମ ପର୍ଯ୍ୟାୟ ମତଦାନ ୧୯ ଏପ୍ରିଲରେ ହେବ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.