ଚତୁର୍ଥ ବିଶ୍ୱକପ୍ ଚେସ୍ ବକ୍ସିଂ ଚମ୍ପିଆନ, ଦେଶପାଇଁ ଗୌରବ ଆଣିଲେ ଭିନିଲା

Published By : Prameya-News7 Bureau | November 25, 2022 IST

ମୁନିଗୁଡା ୨୫/୧୧: ତୁର୍କୀର ଆଣ୍ଟାଲିଆ ସହରରେ ଆୟୋଜିତ ହୋଇଥିବା ଚତୁର୍ଥ ବିଶ୍ୱ ଚେସ୍‌ ବକ୍ସିଂ ପ୍ରତିଯୋଗିତାରେ ପଚାଶ କିଲୋ ବର୍ଗରେ ଗୋଲ୍ଡ ମେଡାଲ ଜିତି ଦେଶ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ରାୟଗଡା ଜିଲ୍ଲା ବିଷମକଟକ ମାଟିର ଝିଅ ବି.ଭିନିଲା । ଯାହାପାଇଁ ଏବେ ଭିନିଲାଙ୍କୁ ସବୁ ବର୍ଗରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ରାୟଗଡ଼ା ଜିଲ୍ଲା ବିଷମକଟକ ସହରରେ ରହୁଥିବା ବି.ବିସେଶ୍ୱେର ରାଓଙ୍କ ଝିଅ ହେଲା ବି.ଭିନିଲା । ବିଷମକଟକ ନ୍ୟୁଲାଇଫ ଇଲିସ ମିଡିଅମ ସ୍କୁଲରେ ହାଇସ୍କୁଲ ପାଠ ଶେଷ କରିବା ପରେ ସେ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ସଂସ୍କୃତି ଗ୍ଲୋବାଲ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବର୍ଗରେ ଅଧ୍ୟୟନ କରୁଛନ୍ତି ।

ସ୍କୁଲ ଜୀବନରୁ ଚେସ ପ୍ରତି ରୁଚି ରଖୁଥିବା ଭିନିଲା ପରେ ବକ୍ସିଂ ପ୍ରତି ଆଗ୍ରହ ଆସିବାରୁ ସେଠାରେ ତାଲିମ ନିଅନ୍ତି। ପରେ ଉଭୟ ଚେସ ଓ ବକ୍ସିଂ କ୍ରୀଡ଼ାରେ ଭଲ ପ୍ରଦର୍ଶନ ଯୋଗୁଁ ସେ ଚେସ୍‌ ବକ୍ସିଂ ପାଇଁ ମାନ ବଳାଇଥିଲେ । ସେ ପ୍ରଥମେ ଆନ୍ଧ୍ର ପ୍ରଦେଶ ତରଫରୁ ଗୁଜରାଟର ଅହମଦାବାଦ ଠାରେ ଆୟୋଜିତ ଜାତିୟ ଚେସ୍ ବକ୍ସିଂ ପ୍ରତିଯୋଗିତାରେ ପଚାଶ କିଲୋ ବର୍ଗରେ ଗୋଲ୍ଡ ମେଡେଲ୍ ଜତି ଆନ୍ତର୍ଜାତିୟ ପ୍ରତିଯୋଗିତା ପାଇଁ ମନୋନିତ ହୋଇଥିଲେ । ତେବେ ଏହି ସଫଳତା ପାଇଁ ସେ କୋଚ ଓ ପିତାମାତାଙ୍କୁ କୃତଜ୍ଞତା ଜଣାଇବା ସହ ବକ୍ସିଂ କ୍ରୀଡ଼ାରେ ଭାରତରୁ ପ୍ରତିନିଧିତ୍ଵ କରି ଦେଶପାଇଁ ଗୌରବ ଆଣିବା ଓ ଦେଶ ସେବା ପାଇଁ ଏନଡିଏରେ ଯୋଗଦେବା ପାଇଁ ଆଶା ରଖିଛନ୍ତି ଭିନିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.