ବିଶ୍ୱ କୁସ୍ତି ଚାମ୍ପିଅନସିପରେ ଇତିହାସ ରଚିଲେ ବିନେଶ ଫୋଗାଟ୍, ଦେଶ ପାଇଁ ଆଣିଲେ ଗୌରବ
15/09/2022 at 1:19 PM

ନୂଆଦିଲ୍ଲୀ୧୫/୦୯: ଷ୍ଟାର ମହିଳା ରେସଲର୍ ବିନେଶ ଫୋଗାଟ୍ ରେସଲିଙ୍ଗ ୱାର୍ଲ୍ଡ ଚାମ୍ପିଅନସିପ’ରେ ମେଡାଲ ଜିତି ପୁଣିଥରେ ଦେଶ ପାଇଁ ଆଣିଛନ୍ତି ଗୌରବ । ବିଶ୍ୱ କୁସ୍ତି ଚାମ୍ପିଅନସିପରେ ୨ ଥର ମେଡାଲ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା । ସର୍ବିଆ ରାଜଧାନୀ ବିଲଗ୍ରେଟରେ ଆୟୋଜିତ ବିଶ୍ୱ କୁସ୍ତି ଚାମ୍ପିଅନସିପରେ ବ୍ରୋଞ୍ଜ ମେଡାଲ ଜିତି ପୁଣି ଥରେ ଇତିହାସ ରଚିଛନ୍ତି ।
🇮🇳’s @Phogat_Vinesh wins her 2nd #WorldChampionship 🥉 after defeating Sweden’s Joana Malmgren 8-0
— SAI Media (@Media_SAI) September 14, 2022
Great resilience by #VineshPhogat after shocking 1st round defeat yesterday.
She has now also become 1️⃣st Indian woman to have won 2️⃣ World Championships medals in #Wrestling 🤼♀️ pic.twitter.com/J0zpoWxKGz
ବିନେଶଙ୍କ ପ୍ରଥମ ମ୍ୟାଚରେ ମୋଙ୍ଗୋଲିଆର ଖୁଲାନ ବତଖୁୟାଗଙ୍କୁ ହରାଇଥିଲେ । ଏହା ପରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ପ୍ରଥମେ ୨୦୧୮ ଏସିଆନ୍ ଗେମ୍ସର ରୌପ୍ୟ ପଦକ ବିଜେତା କାଜାଖସ୍ତାନର ଜୁଲଡିଜ୍ ଏଶିମୋଭଙ୍କୁ ୪-୦ ବ୍ୟବଧାନରେ ପରାସ୍ତ କରିଥିଲେ । ପରବର୍ତ୍ତୀ ମ୍ୟାଚରେ ସେ ଆଜେରବାଇଜାନର ଲେଲା ଗୁରୁବାନୋଭାଙ୍କୁ ପରାସ୍ତ କରିଥିଲେ । ଏହା ପରେ ସେ ବ୍ରୋଞ୍ଜ ପଦକ ମ୍ୟାଚ ଜିତିଥିଲେ ।
ଏହାପୂର୍ବରୁ ବିନେଶ ୨୦୧୯ରେ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ। ଇଭେଣ୍ଟ ଇତିହାସରେ ପଦକ ଜିତିବା ପାଇଁ ବବିତା କୁମାରୀ, ଗୀତା ଫୋଗାଟ, ପୂଜା ଚାନ୍ଦା, ଅଂଶୁ ମଲ୍ଲିକ, ଅଲକା ତୋମାର ଏବଂ ସରିତା ମୋର୍ ଅନ୍ୟ ଭାରତୀୟ ମହିଳା କୁସ୍ତି ଖେଳାଳି ଅଟନ୍ତି। ବଜରଙ୍ଗ ପୁନିଆ ହେଉଛନ୍ତି ଏକମାତ୍ର ଭାରତୀୟ ରେସଲର ଯିଏକି ବିଶ୍ୱ ଚାମ୍ପିଅନସିପରେ ତିନୋଟି ପଦକ ଜିତିଛନ୍ତି। ବଜରଙ୍ଗ ୨୦୧୩ ଏବଂ ୨୦୧୯ ରେ ବ୍ରୋଞ୍ଜ ପଦକ ଜିତିଥିବାବେଳେ ସେ ୨୦୧୮ ରେ ରୌପ୍ୟ ଜିତିଥିଲେ।