ଭିନେଶ ଫୋଗଟ୍‌ଙ୍କ ବଡ଼ ସଫଳତା: ପ୍ୟାରିସ ଅଲମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ

Published By : Prameya-News7 Bureau | April 20, 2024 IST

India today

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଭିନେଶ ଫୋଗଟ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମହିଳା ୫୦ କେଜି ବର୍ଗରେ ସେ ସ୍ଥାନ ପକ୍କା କରିଛନ୍ତି। କିର୍ଗିଜସ୍ଥାନରେ ଆୟୋଜିତ ଏସିଆନ୍ ଅଲିମ୍ପିକ୍ କ୍ୱାଲିଫାୟରର ସେମିଫାଇନାଲରେ କାଜାକିସ୍ତାନର ଲୌରା ଗଣିକିଆଜୀଙ୍କୁ ପରାସ୍ତ କରି ଭିନେଶ ଏହି ସଫଳତା ହାସଲ କରିଛନ୍ତି। ୫୦ କେଜି ବର୍ଗର ସେମିଫାଇନାଲରେ ଭିନେଶ ଗଣିକିଆଜୀଙ୍କୁ ୧୦-୦ରେ ପରାସ୍ତ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରୁଥିବା କୁସ୍ତିଯୋଦ୍ଧାମାନେ ନିଜ ଦେଶ ପାଇଁ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପାଇଁ ସ୍ଥାନ ପକ୍କା କରିଛନ୍ତି।

ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ବିନେଶ କୋରିଆର ପ୍ରତିଦ୍ୱନ୍ଦ୍ୱୀ ମିରାନ୍ ଚେନଙ୍କୁ ଏକ ମିନିଟରେ ୩୯ ସେକେଣ୍ଡ ଧରି ଚାଲିଥିବା ମ୍ୟାଚରେ ପରାସ୍ତ କରିଛନ୍ତି। ପରବର୍ତ୍ତୀ ମ୍ୟାଚରେ ସେ କାମ୍ବୋଡିଆର ଏସମାନାଙ୍ଗ ଡିଟଙ୍କୁ ୬୭ ସେକେଣ୍ଡରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ବର୍ତ୍ତମାନ ସେ ସେମିଫାଇନାଲରେ ଜିତି ବଡ଼ ସଫଳତା ହାସଲ କରିଛନ୍ତି।

ବିନେଶ ମଧ୍ୟ ପଟିଆଲାରେ ଅନୁଷ୍ଠିତ ଚୟନ ପରୀକ୍ଷଣ ସମୟରେ ୫୦ କେଜି ବର୍ଗ ବ୍ୟତୀତ ୫୩ କେଜି ବର୍ଗରେ ଅଂଶଗ୍ରହଣ କରିଥିଲେ। ଏଥିରେ ସେ ସେମିଫାଇନାଲରେ ହାରିଯାଇଥିଲେ। ମାତ୍ର ୫୦ କିଲୋଗ୍ରାମ ଓଜନ ବର୍ଗରେ ବିଜୟ ହେତୁ ଭିନେଶ ଏସୀୟ ଅଲିମ୍ପିକ୍ ଏଣ୍ଟ୍ରି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେ ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ଶିବାନୀଙ୍କୁ ପରାସ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.