ଭିନେଶ ଫୋଗାଟଙ୍କ ପଦକ ଆବେଦନର ଆସିବ ରାୟ; CAS ଶୁଣାଇବେ ନିଷ୍ପତ୍ତି, ହୋଇପାରେ ନିୟମ ପରିବର୍ତ୍ତନ

Published By : Prameya-News7 Bureau | August 13, 2024 IST

ନୂଆଦିଲ୍ଲୀ: ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କ ପଦକ ଆବେଦନର ଆସିବ ରାୟ । ଅଗଷ୍ଟ ୧୩ ତାରିଖ ଅର୍ଥାତ୍ ଆଜି କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ୍ସ ଫଇସଲା ଶୁଣାଇବେ । ଭାରତୀୟ ସମୟ ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହି ରାୟ ଆସିବ । ଫ୍ୟାରିସ୍ ଅଲିମ୍ପିକ୍ସରେ  ମହିଳା ୫୦ କିଲୋ ବର୍ଗରେ ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ ଫାଇନାଲରେ ପ୍ରବେଶ କରିଥିଲେ । ମାତ୍ର ଅନ୍ତିମ ଲଢ଼େଇ ପୂର୍ବରୁ ମେଡିକାଲ ଟେଷ୍ଟ୍ ହୋଇଥିଲା, ଏଥିରେ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଶହେ ଗ୍ରାମ୍ ଓଜନ ଅଧିକ ରହିଥିବା ତାଙ୍କୁ ଡିସ୍‌କ୍ବାଲିଫାଏ କରାଯାଇଥିଲା । ଏହା ପରେ ସେ ସଂଯୁକ୍ତ ରୌପ୍ୟ ପଦକ ଦାବି କରି ସିଏଏସରେ ଆବେଦନ କରିଥିଲେ । ତେବେ ଆଜି ଏହାର ରାୟ ଆସିବ । ଅଗଷ୍ଟ ୧୧ ତାରିଖରେ ଏହି ରାୟ ଆସିବାର ଥିଲା ମାତ୍ର CAS ଏହାକୁ ୧୩ ତାରିଖକୁ ଘୁଞ୍ଚାଇ ଦେଇଥିଲେ    

ଭିନେଶ ଫୋଗାଟଙ୍କ ପଦକ ଆବେଦନ ରାୟ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁ ନିୟମ କାରଣ ବିବାଦ ସୃଷ୍ଟି ହୋଇଥିଲା, ଏବେ ୟୁନାଇଟେଡ୍ ଓ୍ବାଲ୍ଡ ରେସଲିଂ ସେହି ସବୁ ନିୟମକୁ ପରିବର୍ତ୍ତନ କରିବାକୁ ବିଚାର କରୁଛି । ପ୍ୟାରିସ୍ ଅଲିମ୍ପିକ୍ସରେ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ ୫୦ କିଲୋ ବର୍ଗରେ ଫାଇନାଲରେ  ପ୍ରବେଶ କରିଥିଲେ । ଏହା ସହିତ ରୌପ୍ୟ ପଦକ ସେ ପକ୍କା କରିଥିଲେ । ମାତ୍ର ଫାଇନାଲ ମ୍ୟାଚ୍ ପୂର୍ବରୁ ତାଙ୍କୁ ଡିଲକ୍ବାଲିଫାଏ କରି ଦିଆଗଲା । ୧୦୦ ଗ୍ରାମ୍ ଓଜନ ଅଧିକ ରହିଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ତାଙ୍କୁ  ସ୍ଥାନରେ ତାଙ୍କଠୁ ସେମି-ଫାଇନାଲରେ ପରାସ୍ତ ହୋଇଥିବା ଆଥଲେଟଙ୍କୁ ଫାଇନାଲ ଖେଳିବାକୁ ସୁଯୋଗ ଦିଆଯାଇଥିଲା । ସିଏଏସ ଆଜି ଏହାରଦ ଫଇସଲା କରି ରାୟ ଶୁଣାଇବେ ।   

 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.