WFI ଅଧ୍ୟକ୍ଷଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ରେସଲର ବିନେଶ ଫୋଗାଟ: ମହିଳା ଖେଳାଳିଙ୍କୁ ଦେଉଛନ୍ତି ଯୌନ ନିର୍ଯାତନା
18/01/2023 at 5:31 PM

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ(WFI) ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଭାରତୀୟ ଷ୍ଟାର ରେସଲର ବିନେଶ ଫୋଗାଟ। ଶରଣ ମହିଳା ଆଥଲେଟ୍ଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ଫୋଗାଟ ବୁଧବାର ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଦିଲ୍ଲୀର ଯନ୍ତରମନ୍ତରରେ WFI ଅଧ୍ୟକ୍ଷ ଓ ସପୋର୍ଟିଂ ବଡି ବିରୋଧରେ ବିକ୍ଷୋଭ କରୁଛନ୍ତି।
ବିନେଶ କହିଛନ୍ତି ଯେ ବ୍ରିଜ ଭୂଷଣ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଏଥିରେ ଅତିଷ୍ଟ ହୋଇ ସେ ଦିନେ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥିଲେ ବୋଲି ବିନେଶ ଅଭିଯୋଗ କରିଛନ୍ତି। ଯୌନ ନିର୍ଯାତନା ବିରୋଧରେ କାଳେ ସିଏ ମୁହଁ ଖୋଲି ଦେବେ ଏଥିପାଇଁ ତାଙ୍କୁ ଚୁପ୍ କରାଯାଇଥିଲା ବୋଲି ସେ କହିଛନ୍ତି। ଏସିଆନ ଗେମ୍ ଓ କମନୱେଲ୍ଥ ଗେମ୍ରେ ଗୋଲ୍ଡ ମେଡାଲ ଜିତିଥିବା ବିନେଶଙ୍କର WFI ଅଧ୍ୟକ୍ଷଙ୍କ ବିରୋଧରେ ଏପରି ସଂଗୀନ ଅଭିଯୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

WFI ଅଧ୍ୟକ୍ଷଙ୍କ ବିରୋଧରେ ଦିଲ୍ଲୀର ଯନ୍ତରମନ୍ତରରେ ୩୧ କୁସ୍ତି ଯୋଦ୍ଧାଙ୍କ ସମେତ ବିନେଶ ମଧ୍ୟ ବିକ୍ଷୋଭ କରୁଛନ୍ତି। ଏଥିରେ ସାଖି ମଲ୍ଲୀ, ବଜରଙ୍ଗ ପୁନିଆ, ସଂଗୀତା ଫୋଗା, ସୋନମ ମଲିକ, ଏବଂ ଅଂଶୁ ମଧ୍ୟ ସାମିଲ୍ ଅଛନ୍ତି। ଆଜି ସାମ୍ବାଦିକଙ୍କୁ ସମ୍ବୋଧନ କରି WFI ଅଧ୍ୟକ୍ଷଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ସମୟରେ କାନ୍ଦି ପକାଇଥିଲେ ବିନେଶ। ସମସ୍ତ କୁସ୍ତି ଯୋଦ୍ଧା ବ୍ରିଜ୍ ଭୂଷଣଙ୍କୁ ପଦରୁ ହଟାଇବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏଥିପାଇଁ ସେମାନେ ଭାରତର କ୍ରୀଡ଼ା ବିଭାଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଦାବି ଜଣାଇଛନ୍ତି।
ଏହି ଖବରକୁ ପଢ଼ନ୍ତୁ- ୩ ଛକା ମାରି ଦ୍ଵିଶତକ ପୂରଣ କଲେ ଗିଲ୍, ଭାଙ୍ଗିଲେ ଇଶାନ ଏବଂ ରୋହିତଙ୍କ ରେକର୍ଡ
ବିନେଶ କହିଛନ୍ତି ” ଜାତୀୟ କୋଚ୍ରେ ମହିଳା ରେସଲରମାନେ କୋଚ୍ ଓ WFI ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶର୍ମାଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ଜାତୀୟ କ୍ୟାମ୍ପରେ ନିଯୁକ୍ତ ହୋଇଥିବା କିଛି କୋଚ୍ ବର୍ଷ ବର୍ଷ ଧରି ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି। ଏଥିରେ WFI ଅଧ୍ୟକ୍ଷ ମଧ୍ୟ ସାମିଲ୍ ଅଛନ୍ତି। ଅନେକ ଯୁବ ରେସଲର ନ୍ୟାସ୍ନାଲ କ୍ୟାମ୍ପରେ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଛନ୍ତି ଓ କାନ୍ଦିଛନ୍ତି ମଧ୍ୟ। ପାଖାପାଖି ୨୦ ଝିଅଙ୍କୁ ମୁଁ ଜାଣିଛି ଯେଉଁମାନେ ନ୍ୟାସ୍ନାଲ କ୍ୟାମ୍ପରେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି।”
#Jantar mantar pic.twitter.com/calKOipydH
— Bajrang Punia 🇮🇳 (@BajrangPunia) January 18, 2023
ସୂଚନା ଥାଉକି ବ୍ରିଜ ଭୂଷଣ ଉତ୍ତର ପ୍ରଦେଶର କାଇସେରଗଞ୍ଜର ବିଜେପି ସାଂସଦ ରହିଛନ୍ତି। ତୃତୀୟ ଥର ପାଇଁ WFI ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆଣି ବିନେଶ କହିଛନ୍ତି “ ବ୍ରିଜ ଭୂଷଣ ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ମୁଁ ପୂର୍ବରୁ ଅଭିଯୋଗ କରିସାରିଛି।” ଫୋଗାଟ ଆହୁରି ମଧ୍ୟ କହିଛନ୍ତି “ରେସଲରଙ୍କ ଆହତ ହେଲେ କେହି ବୁଝୁ ନଥିଲେ। ବରଂ ଖେଳାଳିଙ୍କୁ ନ୍ୟାସ୍ନାଲ ମ୍ୟାଚ୍ରୁ ବ୍ୟାନ୍ କରିଦେବା କହୁଛନ୍ତି। WFI ଅଧ୍ୟକ୍ଷ ତାଙ୍କୁ ଅଚଳ ପଇସା କହି ତାତ୍ସଲ୍ୟ କରୁଥିଲେ। ସେତେବେଳେ ମୁଁ ଆତ୍ମହତ୍ୟା କରିଦେବି ବୋଲି ଭାବୁଥିଲି। ବ୍ରିଜ ଭୂଷଣଙ୍କ ଯୌନ ନିର୍ଯାତନା ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ ମୋତେ ହତ୍ୟା ଧମକ ଦିଆଯାଇଛି।”

ସୂଚନା ଥାଉକି ୬୬ ବର୍ଷୀୟ ବ୍ରିଜ୍ ଭୂଷଣ ଶରଣ ସିଂହ ୨୦୧୯ରେ WFI ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ତୃତୀୟ ଥର ପାଇଁ ସେ ଏହି ପଦକୁ ନିର୍ବାଚିତ ହୋଇଥିଲେ।