୧୧% କର୍ମଚାରୀଙ୍କ ଛଟେଇ କରିବ Vimeo, ପୋଷ୍ଟ କରି ସିଇଓ କହିଲେ କାରଣ

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଲୀ, ୦୬/୦୧: ଟେକ୍ କମ୍ପାନୀର କର୍ମଚାରୀଙ୍କ ଉପରେ ପଡ଼ିଛି ଅସ୍ଥିର ଅର୍ଥନୀତିର ପ୍ରଭାବ। ଏକାଧିକ ଟେକ୍ କମ୍ପାନୀମାନେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଆମାଜନ, ମେଟା ଭଳି ଟେକ୍ ଦିଗ୍ଗଜ ଟେକ୍ କମ୍ପାନୀମାନେ ବଡ଼ ଆକାରରେ କର୍ମଚାରୀଙ୍କ ଛଟେଇ କରିଛନ୍ତି। ଏହାରି ମଧ୍ୟରେ ଭିଡିଓ ହୋ​ଷ୍ଟିଂ ପ୍ଲାଟଫର୍ମ ଭିମିଓ ବୁଧବାର ଏହାର ୧୧ ପ୍ରତିଶତ କର୍ମଚାରୀଙ୍କ ଛଟେଇ କରିବା ନେଇ ଘୋଷଣା କରିଛି। ଏନେଇ ଭିମେଓ ସିଇଓ ଅଞ୍ଜଳି ସୁଦ୍ ସୂଚନା ଦେଇଛନ୍ତି।

ଏନେଇ ଅଞ୍ଜଳି କହିଛନ୍ତି ଯେ ବର୍ତ୍ତମାନର ଅସ୍ଥିର ଅର୍ଥନୀତିରେ କମ୍ପାନୀ ପାଇଁ ଉପଯୁକ୍ତ ନିଷ୍ପତ୍ତି ନେବାର ଆବଶ୍ୟକ ଥିଲା। ସେ କହିଛନ୍ତି ଏହି ନିଷ୍ପତ୍ତି ନେବା ସହଜ ନଥିଲା, ଚାକିରି ହରାଉଥିବା କର୍ମଚାରୀଙ୍କ ପାଇଁ ସେ ଦୁଃଖପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଏହି ହ୍ରାସ ଦ୍ବାରା କମ୍ପାନୀର ବୃଦ୍ଧି ହେବ । କମ୍ପାନୀର ସଫଳତା ପାଇଁ ଏଭଳି କରିବା ଜରୁରୀ ଥିଲା। ସେ କହିଛନ୍ତି ୨୦୨୩ ରେ ଭିମିଓକୁ ସରଳକ କରିବା ପାଇଁ କମ୍ପାନୀର ସ୍ବତନ୍ତ୍ର ଲକ୍ଷ୍ୟ ରହିଛି। ଏଥିପାଇଁ ଆମର ଟିମ୍‌ର ଆକାରରେ ହ୍ରାସ କରାଯାଇଛି। ଏହି ହ୍ରାସ ଆମ ଅଭିବୃଦ୍ଧି ଏବଂ ଲାଭର ଲକ୍ଷ୍ୟ ହାସଲ କରିବାରେ

{"id":729637,"width":371,"height":224,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ, ଆମାଜନ, ମେଟା, ଟ୍ବିଟର, ମାଇକ୍ରୋସଫ୍ଟ, ଇଣ୍ଟେଲ, ଏଚପି ସହ ଅନେକ କମ୍ପାନୀ ୨୦୨୨ ଛଟେଇ କରିବା ନେଇ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.