ଘଟଗାଁରେ ନିମ୍ନମାନର ରାସ୍ତା କାମକୁ ନେଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକ
9/10/2018 at 11:00 AM

କେନ୍ଦୁଝର ୯|୧୦: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଛାଞ୍ଚୁଣିଆଠାରେ ଆନ୍ଦୋଳନ କରିଛନ୍ତି ଶତାଧିକ ଲୋକ। ପଇଦାପାଟଣା ଓ ସାମନ୍ତରାପୁର ଦୁଇଟି ପଂଚାୟତର ଶତାଧିକ ଲୋକ ରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଛନ୍ତି। ଢେଙ୍କିକୋଟଠାରୁ ଗୋପୀନାଥପୁର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ ହେଉଥିବା ରାସ୍ତା କାମ ନିମ୍ନମାନର ହେଉଥିବା ଓ ରାସ୍ତା ନିର୍ମାଣ ସମୟରେ ସ୍ଥାନୀୟ ଏକ ଚେକ୍ ଡ୍ୟାମକୁ ଠିକାଦାର ନଷ୍ଟ କରିଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକ। ଫଳରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ବର୍ତ୍ତମାନ ସୁଦ୍ଧା ପହଁଚି ନାହାଁନ୍ତି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023