ଶ୍ରାବଣ ମାସରେ ମୁଣ୍ଡଫଟା ଖରା : ଉଜୁଡିଗଲାଣି ଚାଷ, ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ହେଲା ବେଙ୍ଗପୂଜା

Published By : Prameya-News7 Bureau | July 23, 2019 IST

କେନ୍ଦ୍ରାପଡା ୨୩|୭: ଆକାଶରେ ବର୍ଷ। ନାହିଁ , ଆଷାଢ ପୁରି  ଶ୍ରାବଣ ମାସ ଚାଲିଛି। ଖାଲି ମୁଣ୍ଡଫଟା ଖରା । କୋଉଠି ତଳି ଘେରା ମରିଯାଇଛି ତ କେଉଠି ଗଜା ମରୁଡି । ଏଭଳି ସ୍ଥିତି ଚାଷୀକୁ ହତାଷ କରିଛି ।ବର୍ଷ। ଋତୁରେ ଚାଷ ଜମିରେ ଧାନଗଛ ପବନରେ ଦୋହଲୁଥିବା କଥା । ମାତ୍ର ଏବେ ବିଲ ଶୁଖି ଫାଟି ପଡିଛି । ବର୍ଷ। ଋତୁରେ ନୁହେଁ ବଂର ଗ୍ରୀଷ୍ମ ଋତୁର ଭ୍ରମ ଷୃଷ୍ଟି କରୁଛି । ଏନେଇ ଚାଷୀ ଏବେ ଚିନ୍ତାରେ ପଡିଯାଇଛି । ଇନ୍ଦ୍ରଦେବଙ୍କୁ ଶାନ୍ତ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ବଉଳକଣି ପଂଚାୟତର ବାଘୁଆମେଦୀ ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବେଙ୍ଗ ପୁଜା କରଛନ୍ତି । 

{"id":136546}

ଆଜି ବାଘୁଆମେଦୀ ଗ୍ରାମବାସୀ ଗାଁରେ ପାରମ୍ପାରିକ ବାଦ୍ୟ ଓ ଶଙ୍ଖ ହୁଳହୁଳି, ଭଜନ ସଂକିର୍ତନରେ ଯାଇ ପୁରୋହିତଙ୍କୁ ନେଇ ଜମିରେ ବେଙ୍ଗ ପୁଜା କରି ଇନ୍ଦ୍ରଦେବଙ୍କୁ ଆହ୍ବାନ କରିଛନ୍ତି । ବିଶ୍ବାସ ଅଛି  ବର୍ଷ। ନହଲେ ବେଙ୍ଗ ପୁଜା କଲେ ବର୍ଷ। ହେବ । ଧରିତ୍ରି ଶସ୍ୟ ଶ୍ୟାମଳା ହେବ ଏବଂ ସମାଜରେ ମଙ୍ଗଳ ସାଧନ ହେବ । 

{"id":136547}

ବର୍ଷ। ହେବା ବିଳମ୍ବକୁ ନେଇ ଚାଷୀ ଏବେ ଚିନ୍ତାରେ ପଡିଛି । ଖାଲି ବାଘୁଆମେଦୀ ଗ୍ରାମରେ ସମସ୍ୟା ନୁହେଁ ବଂର ସାରା ରାଜ୍ୟରେ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷ କାମରେ ବାଧା ଉପୁଜୁଛି । ଯଦି ଏଭଳି ପାଣିପାଗର ସ୍ଥିତି ଲାଗିରୁହେ ତାହଲେ ଜମି ପଡିଆ ପଡିବା ନିଶ୍ଚିତ । କୃଷି ଉପରେ ନିର୍ଭରକରି ଜୀବିବିକା ନିର୍ବ।ହ କରୁଥିବା ଚାଷି ଓ କୃଷି ଶ୍ରମିକ ଜୀବିକା ପାଇଁ ଦାଦନ ଖଟିବାକୁ ସହର ବଜାରକୁ ଜିବାକୁ ପଡିବ । ପାଣି ପାଗ ବା ପ୍ରକୃତି ଭଗବାନ ନିୟନ୍ତ୍ରଣ କରନ୍ତି ବୋଲି ବିଶ୍ବାସ ରହିଛି। ଭଗବାନ କୃପା କଲେ ନିଶ୍ଚିତି ଶସ୍ୟ ଶ୍ୟାମଳ ହୋଇ ଉଠିବ ଧରିତ୍ରି । ଏ ପରି ବିଶ୍ବାସ ରଖିଛନ୍ତି ବାଘୁଆମେଦି ଗ୍ରାମବାସୀ । ଆଉ ସମାଜର ମଙ୍ଗଳ ପାଇଁ ଏପରି ପୁଜା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.