ପାନୀୟ ଜଳ ପାଇଁ ସଂଘର୍ଷ : ବାଉଁଶନଳରେ ବୋରଓ୍ବେଲରୁ ପାଣି କାଢୁଛନ୍ତି ଗ୍ରାମବାସୀ

Published By : Prameya-News7 Bureau | July 06, 2022 IST

ଦାରିଙ୍ଗବାଡି ୬।୭: ବୋରଓ୍ବେଲ ଖୋଳା ହୋଇଛି ସମ୍ପୂର୍ଣ୍ଣ ହୋଇନି ନିର୍ମାଣ କାର୍ଯ୍ୟ । ପାଣି ପାଇଁ ହାହାକାର । ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିବା ବେଳେ ତାହା ଅସମ୍ପୂର୍ଣ୍ଣ ଥିବା ଯୋଗୁ ସାଧାରଣ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଗତ ୮ ମାସ ତଳେ ନଳକୂପ ନିର୍ମାଣ କାର୍ଯ୍ୟ ସରିବା ପରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ନ କରି ଏହାକୁ ବନ୍ଦ ରଖାଯାଇଛି । ଫଳରେ ସାଧାରଣ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଦାସିଙ୍ଗିବାଡି ଗ୍ରାମ ପଞ୍ଚାୟତ ୭ ନମ୍ବର ଓ୍ବାର୍ଡ ବଣ୍ଡାପାଙ୍ଗ ଗ୍ରାମରେ । ଏହି ଗ୍ରାମରେ ୫୦ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ଗୋଟିଏ ନଳକୂପ ରହିଛି ଯାହାକି ଗ୍ରାମବାସୀଙ୍କ ପାଇଁ ଉପଯୁକ୍ତ ନୁହେଁ । ହେଲେ ସରକାରଙ୍କ ତରଫରୁ ଗ୍ରାମରେ ଆଉ ଗୋଟିଏ ନଳକୂପ ଖୋଳାଯାଇଛି ହେଲେ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ ।

{"id":652388,"sizeSlug":"large","linkDestination":"none"}

ଦାସିଙ୍ଗିବାଡି ଗ୍ରାମ ପଞ୍ଚାୟତ ୭ନମ୍ବର ଓ୍ବାର୍ଡ ବଣ୍ଡାପାଙ୍ଗ ଗ୍ରାମରେ ଅଛି ଚୁଆ । ଯେଉଁଠି କି ପ୍ରତ୍ୟେକ ଦିନ ଗ୍ରାମର ମହିଳା ପୁରୁଷ ଗାଧୋଇବା ସହ ଏଠାରୁ ପାଣି ନେଇ ବ୍ୟବହାର କରନ୍ତି । ଲୁଗା ସଫା କରିବାଠାରୁ ନେଇ ଅନ୍ୟ କାର୍ଯ୍ୟ ପାଇଁ ଏହି ଚୁଆ ଉପରେ ନିର୍ଭର କରିବାକୁ ପଡିଥାଏ । ଏହି ଚୁଆ ପାଣିକୁ ଆଉ ଗ୍ରାମରେ ଖୋଲା ଯାଇଥିବା ନଳକୂପରୁ ବାଉଁଶ ନଳ ମାଧ୍ୟମରେ ପାଣି ବାହାର କରୁଛନ୍ତି ଗ୍ରାମର ମହିଳା ମାନେ । ଏହି ନଳକୂପରୁ ପାଣି ବାହାର କରି ପରିବାର  ଲୋକେ ଖାଦ୍ୟ ପ୍ରସ୍ତୁତି, ପାନୀୟ ଜଳ, ଗାଧୋଇବା ଓ ଲୁଗା ସଫା କରିବା ପାଇଁ ନାଳ, ଚୁଆ ପାଣି ଉପରେ ନିର୍ଭର କରନ୍ତି ।

{"id":652390,"sizeSlug":"large","linkDestination":"none"}

ସରକାର କୋଟି କୋଟି ଟଙ୍କାର ବ୍ୟୟ ବରାଦ କରି ଗାଁର ସମସ୍ତ ଘରକୁ ଘର ପାଣି ଯୋଗାଇ ଦେଉଥିଲା ବେଳେ ଉକ୍ତ ଗାଁକୁ କେଉଁ କାରଣରୁ ପ୍ରଶାସନ ଦୃଷ୍ଟି ଦେଉ ନାହାଁନ୍ତି ତାହା ଅଭିଯୋଗ ଆଣିଛନ୍ତି ସମସ୍ତ ଗ୍ରାମବାସୀ । ଏହାର ସମାଧାନ ପାଇଁ ଗ୍ରାମବାସୀ ଦୀର୍ଘ ଦିନ ହେବ ପଞ୍ଚାୟତ ଜନ ପ୍ରତିନିଧି ଓ ବ୍ଲକ୍ ପ୍ରଶାସନ ଜିଲ୍ଲା ପ୍ରଶାସନ ଆଗରେ ପାଣି ସମସ୍ୟା ସମ୍ପର୍କରେ ଅବଗତ କରି ବିଫଳ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.