oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଓ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

3/11/2019 at 1:34 PM

ସୋନପୁର ୩।୧୧:   ପଂଚାୟତରେ ସରପଞ୍ଚଙ୍କ  ମନମୁଖୀ କାର୍ଯ୍ୟ ଓ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ । ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଵାକୁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି  କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୋନପୁର  ଜିଲ୍ଲା ତରଭା  ପାଇକବାହାଲ ପଂଚାୟତରେ ସରପଞ୍ଚଙ୍କ  ମନମୁଖୀ କାର୍ଯ୍ୟ ଓ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ ।  ପଞ୍ଚାୟତର ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେବା ସହ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟର ଅଭିଯୋଗ ଆଣିଥିଲେ ପାଇକବାହାଲ ଗ୍ରାମବାସୀ । ଏଥିସହିତ ଗାଁ ପୋଖରୀର  ଉନ୍ନତିକରଣ ପାଇଁ ମିଳିଥିବା 7 ଲକ୍ଷ ଟଙ୍କାର ଅନୁଦାନ ବାଟମାରଣା ହୋଇଥିବା ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଗତ ଜାନୁୟାରୀ ମାସରେ ଦୁର୍ନିୀତି ଅଭିଯୋଗ ଆଣି ଗ୍ରାମବାସୀ ମାନେ ଜିଲ୍ଲା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ସେହିପରି ଉକ୍ତ ଗାଁର ଦିଲ୍ଲୀପ ସାହୁଙ୍କ ପୁଅ ନିକେଶ ସାହୁ ନବମ ଶ୍ରେଣୀ ପାଠ ପଢୁଥିବାବେଳେ ନିକେଶ ନାଁରେ  ଶ୍ରମିକ ଭାବେ ମଜୁରୀ  ଟଙ୍କା  ଉଠାଇ ଆତ୍ମସାତ  କରିଥିବା  ଅଭିଯୋଗ ହୋଇଛି । ଖୋଦ୍‌ ଛାତ୍ର  ଜିଲ୍ଲା ପ୍ରଶାସନ ନିକଟରେ ଏହି ଅଭିଯୋଗ କରିଛନ୍ତି । ଏହିପରି ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଵାକୁ ଗ୍ରାମବାସୀ ମାନେ ବାରମ୍ବାର ଦାବି କରିଆସୁଛନ୍ତି ।

   Related Posts