ଗାଁରେ ପଶିଲା ପାଣି, ଜଳ ସମ୍ପଦ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

Published By : Prameya-News7 Bureau | August 31, 2020 IST

ଆନନ୍ଦପୁର୩୧/୮: ବୈତରଣୀରେ ପାଣି ବଢିଲେ, ଗାଁ-ଗଣ୍ଡା ଗୁଡ଼ିକରେ ପାଣି ପଶି ଅନେକ କ୍ଷତି କରୁଛି। ନଦୀ ପାଣି ଗାଁରେ ନ ପଶିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀବନ୍ଧର ବ୍ୟବସ୍ଥା କରିଛନ୍ତି। ହେଲେ କିଛି ଅଧିକାରୀ ଓ ଠିକାଦାରଙ୍କ ଭୁଲ୍‌ ପାଇଁ ସୃଷ୍ଟି ହେଉଛି କୃତ୍ରିମ ବନ୍ୟା। କେଉଁଠାରେ ବନ୍ଧ ମୁକୁଳା ପଡିଛି ତ, ଆଉ କେଉଁଠି ସମ୍ପୂର୍ଣ୍ଣ ରୂପେ ବନ୍ଧ ନାହିଁ।  ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ଦେହୁରୀ ସାହି ନିକଟରେ ସମ୍ପୂର୍ଣ୍ଣ ରୂପେ ବନ୍ଧ ନଥିବା ଅଭିଯୋଗ କରି ଜଳସମ୍ପଦ କାର୍ଯ୍ୟାଳୟ ଘେରିଛନ୍ତି ଗ୍ରାମବାସୀ। ପ୍ରତ୍ୟେକ ବର୍ଷ ଏହି ଗ୍ରାମବାସୀ କୁତ୍ରିମ ବନ୍ୟାର ସମ୍ମୁଖିନ ହେଉଥିବାରୁ ନୂତନ ବନ୍ଧ ନିର୍ମାଣ ପାଇଁ ଦାବି ରଖିଛନ୍ତି। ଅନ୍ୟପକ୍ଷରେ ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ ରେ ଥିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.