suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦିନରେ ମାଙ୍କଡ, ରାତିରେ ବାରହା-ହାତୀ: ପେଟ ଚିନ୍ତାରେ ମଞ୍ଚାରେ ଉଜାଗର ଚାଷୀ

2/11/2020 at 3:13 PM

ତେଲକୋଇ୨/୧୧: ଏହି ଅଞ୍ଚଳର ଲୋକମାନେ ରାତିରେ ଗଛ ଉପରେ ମଞ୍ଚା ବାନ୍ଧି ଜୀବନ କାଟୁଛନ୍ତି। ବନ୍ୟଜନ୍ତୁଙ୍କ ଭୟରେ ଗଛ ଉପରେ ଜୀବନ କାଟୁଛି ଚାଷୀ। ଫସଲ ନଷ୍ଟ ହେବା ଭୟରେ ଜୀବନକୁ ବାଜି ଲଗାଇ ବିପଦସଙ୍କୁଳ ଅବସ୍ଥାରେ ଗଛ ଉପରେ ମଞ୍ଚା କରି ସେଠାରେ ମଧ୍ୟ ଶୋଉଛନ୍ତି। ରାତିରେ ଶୋଇଥିବା ଅବସ୍ଥାରେ କୌଣସି ମୁହୂର୍ତ୍ତରେ ଜୀବନ ଯିବାର ଆଶଙ୍କା ରହିଛି।

ତଥାପି ଚାଷୀ କଷ୍ଟ ଅର୍ଜିତ ଫସଲକୁ ବଞ୍ଚାଇବା ପାଇଁ ଜୀବନକୁ ବାଜିରେ ଲଗାଇ ଦେଇଛି । ତେଲକୋଇ ରେଞ୍ଜ ଅଧିନସ୍ଥ ଦୋବଲାପାଳ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଧାନ ଫସଲକୁ ହାତୀ, ବାରାହା ମାଙ୍କଡଙ୍କ ଦାଉରୁ ବଞ୍ଚାଇ ରଖିବା ଲାଗି ଗତ ଛଅ ମାସ ହେବ ଗାଁର ଚାଷୀମାନେ ଗଛ ଉପରେ ମଞ୍ଚା ବାନ୍ଧି ରହି ଆସୁଛନ୍ତି । ଛୁଆପିଲାଙ୍କୁ ଧରି ମଞ୍ଚା ଉପରେ ରାତିରେ ଭୟଭୀତ ଅବସ୍ଥାରେ ଶୋଇବାକୁ ପଡୁଛି।ଦିନବେଳା ମାଙ୍କଡଙ୍କ ଦାଉରୁ ଫସଲର ରକ୍ଷା ପାଇଁ ଚାଷୀ ସଂର୍ଘଷ ଜାରି ରଖିଥିବା ବେଳେ ରାତି ସମୟରେ ବାରାହା ଓ ହାତୀଙ୍କ ଉପଦ୍ରବ ଚାଷୀର ନିଦ ହଜାଇ ଦେଉଛି।

ପିଲାଛୁଆଙ୍କ ମୁହଁରେ ବର୍ଷ ସାରା ଦାନା ଗଣ୍ଡେ ଦେବା ପାଇଁ ଧାର କରଜ କରି ଚାଷ କରିଥିବା ଫସଲକୁ ବନ୍ୟଜନ୍ତୁ ନଷ୍ଟ କରି ଦେଉଛନ୍ତି । ଯାହା ଚାଷୀର ମୁଣ୍ଡବ୍ୟଥାର କାରଣ ପାଲଟିଛି ।ହାତୀଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖି ସେମାନଙ୍କୁ ଘଉଡାଇବା ସହିତ ଚାଷୀଙ୍କ ଫସଲକୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହେଉଥିବା ଦେଖିବାକୁ ମିଳିଛି।

   Related Posts