ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବୃକ୍ଷରୋପଣ ନାଁରେ ଚାଲିଛି ହରିଲୁଟ୍: ସ୍ଥାନୀୟ ଲୋକ କହିଲେ, କ୍ଷତିପୂରଣ ଦେବ କିଏ…

19/12/2020 at 6:27 PM

ହିଞ୍ଜିଳିକାଟୁ୧୯/୧୨: ହିଞ୍ଜିଳିକାଟୁ ସହରକୁ ସୌନ୍ଦର୍ଯ୍ୟକରଣ କରିବା ଓ ସହରାଞ୍ଚଳ ବୃକ୍ଷରୋପଣ କାର୍ଯ୍ୟ ସବୁ ହାତକୁ ନେଇଥିଲା ପୌର ପ୍ରଶାସନ। ଗତ ୩ ମାସ ତଳେ ଗଞ୍ଜାମ ଜିଲ୍ଲାପାଳ ହିଞ୍ଜିଳିକାଟୁର ନୂତନ ମେଡିକାଲ ରାସ୍ତା ଉଭୟ ପାର୍ଶ୍ବରେ ବୃକ୍ଷରୋପଣ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ l କିନ୍ତୁ ସହରାଞ୍ଚଳ ବୃକ୍ଷରୋପଣ ନାମରେ ହରିଲୁଟ ଚାଲିଥିବା ଚର୍ଚ୍ଚା ହେଉଛି। ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବାକୁ ଆସିଥିବା ଚାରା ଗଛଗୁଡିକ ଶୁଖି ନଷ୍ଟ ହେବାରେ ଲାଗିଛି l

 ତେବେ ଏହି ଘଟଣା ସଠିକ ଭାବେ ତଦନ୍ତ କରିଲେ ଘଟଣାର ସତ୍ୟାସତ ଜଣାପଡିବ ବୋଲି ସ୍ଥାନୀୟ ଲୋକମାନେ ଚା ଖଟିରେ ଚର୍ଚ୍ଚା କରୁଛନ୍ତି। ଏଠି ପ୍ରଶ୍ନ ଉଠେ କି ଆମ ରାଜ୍ୟ ସରକାର ନିଜର ନିର୍ବାଚନ ମଣ୍ଡଳୀ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏହାର ଅପବ୍ୟବହାର ହେଉଥିବା ନଜୀର ରହିଛି। ଏହି ବିଷୟ ସ୍ଥାନୀୟ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇପାରି ନାହିଁ ।

   Related Posts