ଅଟକ ଥିବା ଲଞ୍ଚ୍‌କୁ ଛାଡିଲେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀ, ବିଭିନ୍ନ ଦାବି ନେଇ ରଖିଥିଲେ ଅଟକ

Published By : Prameya-News7 Bureau | April 12, 2019 IST

ମାଲକାନଗିରି ୧୨|୪: ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଗତକାଲିଠାରୁ ଅଟକ ରଖିଥିବା ଲଞ୍ଚକୁ ଛାଡିଲେ ବିଚ୍ଛିନ୍ନାଞ୍ଚଳବାସୀ । ୪ଟି ଲଞ୍ଚକୁ ଅଟକ ରଖିଥିଲେ ଲୋକେ ।  ଚିତ୍ରକୋଣ୍ଡା ଘାଟରେ ପହଞ୍ଚିଲା ଗୋଟିଏ ଲଞ୍ଚ । ଆଉ କିଛି ସମୟ ପରେ ପହଞ୍ଚିବ ୩ଟି ଲଞ୍ଚ ।

{"id":102639}

ଗତ ୧୦ ତାରିଖ ଦିନ ୧୦ଟାରେ ଚିତ୍ରକୋଣ୍ଡା ଘାଟରୁ ବାହାରିଥିଲା ଲଞ୍ଚ । ଗତକାଲି ୪ଟି ଲଞ୍ଚ ଫେରିବାର ଥିଲା । ହେଲେ ବିଭିନ୍ନ ଦାବି ନେଇ ଭୋଟ୍ ବର୍ଜନ କରିବା ସହ ଲଞ୍ଚକୁ ଅଟକ ରଖିଥିଲେ ଲୋକେ । ବିଚ୍ଛିନ୍ନାଞ୍ଚଳର ଜୋଡାଆମ୍ବ, ଯନ୍ତ୍ରୀ, ଅଣ୍ଡ୍ରାପାଲି ଓ ପଣସପୁଟ ୪ଟି ପଞ୍ଚାୟତ ଲୋକେ ଲଞ୍ଚକୁ ଅଟକ ରଖିଥିଲେ । ଲଞ୍ଚରେ ୩୧ଟି ଦାବି ସମ୍ବଳିତ ପୋଷ୍ଟର ମଧ୍ୟ ଲଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.