ବେଆଇନ୍ ବାଲି ପରିବହନକୁ ବିରୋଧ, ରାସ୍ତା ଅବରୋଧ କଲେ ଗ୍ରାମବାସୀ
5/12/2022 at 8:40 PM

ନିଆଳୀ, ୦୫/୧୨: ବେଆଇନ୍ ବାଲି ପରିବହନକୁ ନେଇ ରାଜରାସ୍ତାରେ ମହିଳା, ଛାତ୍ରଛାତ୍ରୀ ଓ ଗ୍ରାମବାସୀ । କଣ୍ଟାପଡା ତହସିଲ ଅଧିନ ବଳଦା ଠାରେ ଏକ ବାଲିଘାଟ ନିଲାମ ହୋଇଥିବା ବେଳେ ଗାଇଡଲାଇନକୁ ନମାନି ଲିଜଧାରୀ ନଦୀ ବନ୍ଧରେ ବାଲି ବୋଝେଇ ହାଇୱା ଭଳି ଭାରି ଯାନ ଚଳାଇବାରୁ ବନ୍ଧ ରାସ୍ତା ଖରାପ ସହିତ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ବାରମ୍ବାର ତହସିଲ ଓ ଜିଲ୍ଲା ପ୍ରଶାସନକୁ ଜଣାଇଲେ ମଧ୍ୟ ସୁଫଳ ନମିଳିବାରୁ ସୋମବାର ଦିନ ସ୍ଥାନୀୟ ଲୋକେ ରାଜରାସ୍ତାରେ ଧାରଣା ଦେଇଥିଲେ ।
ପ୍ରଶାସନର ଅବହେଳା ଓ ବାଲି ବ୍ୟବସାୟୀମାନଙ୍କ ସହ ସଲା ସୁତରା ପାଇଁ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି । ଘଟଣାରେ ବାଲି ପରିବହନ ରାତି ୧୦ରୁ ସକାଳ ୬ ମଧ୍ୟରେ ହେବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ସୂଚନା ଦେବା ସହ ତହସିଲଦାରଙ୍କୁ ଘଟଣା ସ୍ଥଳକୁ ଯାଇ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।