ରାସ୍ତା ସମସ୍ୟା ପାଇଁ ରାସ୍ତାରୋକ କଲେ ଲୋକେ, ଅନିର୍ଦ୍ଧିଷ୍ଟ କାଳ ପାଇଁ ସୋର ବନ୍ଦ
5/12/2022 at 3:58 PM

ସୋର ୦୫/୧୨: ରାସ୍ତା ସମସ୍ୟା ପାଇଁ ରାସ୍ତାରୋକ। ଟାୟାର ଜାଳି ରାସ୍ତାରୋକ କଲେ ସ୍ଥାନୀୟ ଲୋକ। ଏପରି ଦୃଶ୍ୟ ହେଉଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରୁ ସାମ୍ନାକୁ ଆସିଛି। ସୋରରୁ ବାଗୁଡ଼ି ଯାଇଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ବାଗୁଡ଼ିରେ ପଥର ଖାଦାନ ଥିବାରୁ ସେଠାକୁ ସବୁବେଳେ ଭାରିଯାନ ଯିବା ଆସିବା କରୁଛି।
ଫଳରେ ସେହି ରାସ୍ତାରେ ବଡ଼ ବଡ଼ ଖାଲ ହେବା ସହିତ ଅତ୍ୟନ୍ତ ଖରାପ ହୋଇଯାଇଛି। ମାତ୍ର ୫ କିମି ରାସ୍ତା ଅତିକ୍ରମ କରିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗୁଛିl ଏହି ରାସ୍ତାରେ ଲୋକେ ଯିବାକୁ ମଧ୍ୟ ଭୟ କରୁଛନ୍ତି l କାରଣ ଏହି ରାସ୍ତା ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି।
ଏହାକୁ ଆଖି ଆଗରେ ରଖି ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ସୋର ବନ୍ଦ ଡାକରା ଦିଆଯାଇଛି। ବରଫ କଳ ଛକ ପାଖରେ ଲୋକମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଫଳରେ ଗାଡ଼ି ମଟର ବନ୍ଦ ରହିଥିବା ବେଳେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଖବରପାଇ ସୋର ବିଡିଓ ଏବଂ ତହସିଲଦାର ଓ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି।