Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜନୈତିକ ଶତ୍ରୁତାରୁ ନଳକୂପରେ ବିଷ ମିଶାଇଲେ ଦୁର୍ବୃତ୍ତ, ଫାଣ୍ଡି ଘେରିଲେ ଗ୍ରାମବାସୀ

25/02/2020 at 3:35 PM

ଚାନ୍ଦବାଲି ୨୫।୨: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ପଂଚାୟତ ନିହାରୀସାହିରେ ଏକ ପାନୀୟଜଳ ନଳକୂପରେ ଦୃର୍ବୃତ୍ତମାନେ କିରୋସିନ ସହ ବିଷ ଢାଳିଦେବାରୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଏହାସହ କିଛି ଗ୍ରାମବାସୀ ଏହାର ପ୍ରତିବାଦ କରି ମତୋ ପୋଲିସ ଫାଣ୍ଡି ଘେରିବା ସହ ଅଭିଯୁକ୍ତମାନଙ୍କ ଗରିଫ ଦାବି କରିଛନ୍ତି ।

ପୂର୍ବରୁ ନିହାରୀସାହିରେ ରାଜନୈତିକ ଶତ୍ରୁତା ଲାଗି ରହିଥିଲା । ହୋଲି ପାଇଁ ଗାଁର ବୈଠକରେ କିଛି ଦୃର୍ବୃତ୍ତ ସେହି ନଳକୂପକୁ ଭାଙ୍ଗି ଦେବାକୁ କହିବା ସହ ଯଦି କିଏ ବିରୋଧ କରିବ ତେବେ ଆମେ ନଳକୂପରେ ବିଷ ମିଶାଇ ଦେବାକୁ ଧମକ ଦେଇଥିଲେ ।

ତେବେ ଆଜି ସକାଳୁ ନଳକୂପରେ ବିଷ ମିଶ୍ରଣ ପାଣି ବାହାରିବାରୁ ଏହାକୁ ପ୍ରତିବାଦ କରି ଗ୍ରାମବାସୀ ନିକଟସ୍ଥ ପୋଲିସ ଫାଣ୍ଡିରେ ଅଭିଯୋଗ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

   Related Posts