ଅପହରଣ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ, ପ୍ରତିବାଦରେ ଜଳେଶ୍ବର ଥାନା ଘେରିଲେ ଗ୍ରାମବାସୀ

Published By : Prameya-News7 Bureau | January 09, 2021 IST

ଜଳେଶ୍ବର ୯।୧: ଜଳେଶ୍ବର ଥାନା ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା । ଝିଅ ଅପହରଣ ଅଭିଯୋଗ ମାମଲାରେପୋଲିସର କାର୍ଯ୍ୟାନୁଷ୍ଠାନ ଶୂନକୁ ନେଇ ତାତିଲେ ଗ୍ରାମବାସୀ । ଥାନା ଆଗରେ ଗ୍ରାମବାସୀଙ୍କ ତରଫରୁ ଧାରଣା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଜଳେଶ୍ବର ଥାନା ନଛିମପୁର ଗାଁର ଯୁବତୀଙ୍କୁ ସେହି ଗାଁର ଜନୈକ ଯୁବକ ଗତ ୪ ତାରିଖ ମଧ୍ୟରାତ୍ରିରୁ ଅପହରଣ ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ପରିବାରଲୋକ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ୩/୨୧ରେ ଏକ ମାମଲା ରୁଜୁ କରିଥିଲା । ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ବସିଥିବା ଅଭିଯୋଗ ଆଣି ନଛିମପୁର ଗ୍ରାମବାସୀଙ୍କ ତରଫରୁ ଜଳେଶ୍ବର ଥାନା ଆଗରେ ଧାରଣା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.